www.samajalive.in
Friday, December 5, 2025
26.1 C
Bhubaneswar

ହାଟ ସାରି ଘରକୁ ଫେରୁଥିଲେ ଯୁବକ, ଦଳି ଦେଲା ହାତୀ

ଝୁମ୍ପୁରା : ହାତୀ ଆକ୍ରମଣରେ ମଣିଷ ପୁଣି ମଣିଷ କାରଣରୁ ଅନେକ ସମୟରେ ହାତୀଙ୍କ ଜୀବନ ଯାଉଥିବା ଅନେକ ଘଟଣା ଲଗାତାର ସାମ୍ନାକୁ ଆସୁଛି। ହାତୀ ଆକ୍ରମଣରେ ଚାଲିଯାଇଛି ପୁଣି ଏକ ମୂଲ୍ୟବାନ ଜୀବନ। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ବୁଧବାର ଜଣାପଡିଛି। ମୃତକ ହେଲେ ମିଥୁନ ମୁଣ୍ଡା (୪୦) । ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ୍‌‌ ହରିଡାଯୋଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ହାତୀ ପାଇଁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଛନ୍ତି।
ସୂଚନା ଯୋଗ୍ୟ, ଝୁମ୍ପୁରା ବ୍ଲକ ବାଲିବନ୍ଧ ବନପାଳ ନିଶ୍ଚିନ୍ତପୁର ପଞ୍ଚାୟତ ହରିଡାଯୋଡିରେ ମିଥୁନଙ୍କୁ ମଙ୍ଗଳବାର ରାତିରେ ୧୯ ଟିକିଆ ହାତୀ ପଲ ପାଦରେ ଦଳି ଚକଟି ଦେବା ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ବନବିଭାଗ ଠାରୁ ମିଳିଥିବା ସୂଚନାରୁ ଜଣାଯାଏ, ହରିଡାଯୋଡି ଗ୍ରାମର ଶୁକ୍ରା ମୁଣ୍ଡାଙ୍କ ପୁତ୍ର ମିଥୁନ ମୁଣ୍ଡା (୪୦) ସାଙ୍ଗ ମାନଙ୍କ ସହିତ ବାଲିବନ୍ଧ ନିକଟସ୍ଥ ମରସୁଆଁ ଗ୍ରାମରେ ହେଉଥିବା ସାପ୍ତାହିକକୁ ଯାଇଥିଲେ। ହାଟସାରି ଘରକୁ ଫେରିବା ସମୟରେ ରାତି ହୋଇ ଯାଉଥିଲା। ଗାଁ ମୁଣ୍ଡରେ ପହଞ୍ଚି ଥିବା ସମୟରେ ହାତୀ ସହିତ ମୁହାଁ ମୁହିଁ ହୋଇ ଯାଇଥିଲେ। ହାତୀ ଆକ୍ରମଣରେ ମିଥୁନ ଶିକାର ହେବାରୁ ଅନ୍ୟ ସାଙ୍ଗ ମାନେ ଦୌଡ଼ି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଆସି ଦେଖିଲା ବେଳକୁ ମିଥୁନଙ୍କ ମୃତ୍ୟୁ ହୋଇଯାଇଛି। ଘଟଣା ସମ୍ପର୍କରେ ଗ୍ରାମବାସୀ ବାଲିବନ୍ଧ ବନପାଳ ବୁଲୁ ନାହାକଙ୍କୁ ଖବର ଦେଇଥିଲେ। ବନପାଳ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଅନ୍ୟ କାହାର କିଛି କ୍ଷତି ନ ହେଉ ବୋଲି ହାତୀ ମାନଙ୍କର ଗତିବିଧିକୁ ଲକ୍ଷ ରଖିଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories