www.samajalive.in
Monday, December 8, 2025
13.1 C
Bhubaneswar

କେଜରିୱାଲଙ୍କୁ ସିବିଆଇର ୯ ଘଣ୍ଟା ଜେରା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଆଇନ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମନ ଅନୁସାରେ ରବିବାର ପୂର୍ବାହ୍ଣ ୧୧ଟା ୧୦ରେ ସିବିଆଇ ମୁଖ୍ୟାଳୟରେ ହାଜର ହେବା ସହ ଦୁଇ ଦଫାରେ ପ୍ରାୟ ୯ଘଣ୍ଟା ଜେରାର ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ୫୬ ପ୍ରଶ୍ନ ପଚରାଯାଇଥିବା ଓ ଏହାର ଉତ୍ତରରେ ଅଭିଯୋଗ ଭିତ୍ତିହୀନ ବୋଲି ସେ ଦର୍ଶାଇଥିବା କେଜରିୱାଲ କହିଛନ୍ତି। ସିବିଆଇ ଅଧିକାରୀମାନେ ତାଙ୍କୁ କ’ଣ ପ୍ରଶ୍ନ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ; ତେବେ ଆଇନ ପ୍ରଣୟନ ପ୍ରକ୍ରିୟା, ମିଳୁଥିବା କିଛି ନଥିପତ୍ର, କିଛି ମଦ ବ୍ୟବସାୟୀଙ୍କ ପ୍ରତି ଅହେତୁକ ଦରଦ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବୟାନ ଆଦି ସମ୍ପର୍କରେ ପଚାରିଥିବା ପ୍ରକାଶ। କେଜରିୱାଲ ରବିବାର ପୂର୍ବାହ୍ଣରେ ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ପଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସିବିଆଇ କାର୍ଯ୍ୟାଳୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଟ୍ରାଫିକ ସମସ୍ୟାର ମୁକାବିଲା ଉଦ୍ଦେଶ୍ୟରେ ରବିବାର ସବୁ ଛୁଟି ଥିବାରୁ କେଜରିୱାଲଙ୍କୁ ହାଜର ହେବାକୁ ଶୁକ୍ରବାର ସମନ ଜାରି କରିଥିଲା ସିବିଆଇ। ଏହା ସତ୍ତ୍ବେ ଟ୍ରାଫିକ ଅଣାୟତ୍ତ ହୋଇପଡ଼ିଥିଲା। ଆମ୍‌ ଆଦ୍‌ମୀ ପାର୍ଟି ସମର୍ଥକମାନେ ଦିଲ୍ଲୀର ରାଜରାସ୍ତାକୁ ଅଚଳ କରିଦେଇଥିବାବେଳେ ସେମାନଙ୍କ ବିକ୍ଷୋଭ ସମଗ୍ର ରାଜଧାନୀକୁ ସ୍ଥାଣୁ କରିଦେଇଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଢ଼ା ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିବାବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ନିଜକୁ ଦୁର୍ନୀତିମୁକ୍ତ ଜଣାଇବାକୁ ଯାଇ ସେ ଯଦି ଦୁର୍ନୀତିଗ୍ରସ୍ତ; ତେବେ ଦେଶରେ କେହି ହେଲେ ଦୁର୍ନୀତିମୁକ୍ତ ନୁହନ୍ତି ବୋଲି କେଜରିୱାଲ ଦାବି କରିଥିଲେ। ଅପରପକ୍ଷରେ କେଜରିୱାଲଙ୍କୁ ଗିରଫ କରାଯିବା ଆଶଙ୍କା ନେଇ ରବିବାର ଦଳର ବରିଷ୍ଠ ନେତାମାନେ ପରବର୍ତ୍ତୀ ପଦକ୍ଷେପ ପାଇଁ ବିଚାରବିମର୍ଶ କରିଛନ୍ତି। ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ସିବିଆଇ ଦାଖଲ କରିଥିବା ଅଭିଯୋଗଫର୍ଦରେ ୭ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories