www.samajalive.in
Tuesday, December 9, 2025
16.1 C
Bhubaneswar

ସୋମବାର ରାଶିଫଳ (୧୭.୦୪.୨୦୨୩)

ମେଷ : ସୁଖୀ ହେବା ସହିତ ବିଶାଳ ଯଶର ଅଧିକାରୀ ହେବେ। ଦାନକୁ ସେବା ଭାବରେ ଗ୍ରହଣ କରିପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ସତ୍‌କର୍ମରେ ନିୟୋଜିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ।

ବୃଷ : ବିନୟ ସ୍ବଭାବସମ୍ପନ୍ନ ହେବେ। ପ୍ରବଳ ପ୍ରତାପୀ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। ଦ୍ବିଜମାନଙ୍କ ପ୍ରତି ଅନୁରକ୍ତି ରହିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।

ମିଥୁନ : ପୁତ୍ର ସୁଖରେ ସୁଖୀ ହେବେ। ସନ୍ମାର୍ଗୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ସହାୟତା ପାଇବେ। ଦାନଧର୍ମକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ଧନୀ ବ୍ୟକ୍ତିମାନେ ଆପଣଙ୍କ ଅନୁଗତ ହୋଇପାରନ୍ତି।

କର୍କଟ : ଭ୍ରମଣ ବ୍ୟର୍ଥ ହୋଇପାରେ। ପତ୍ନୀଙ୍କ ବିରାଗଭାଜନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ମିଳିଥିବା ସମସ୍ତ ସୁଖର ପରିସମାପ୍ତି ଘଟିବ। ସତର୍କରେ ଚଳିବାକୁ ପଡ଼ିବ।

ସିଂହ : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ରୁଚିକର ଖାଦ୍ୟ ଖାଇ ଆନନ୍ଦ ଉପଭୋଗ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।

କନ୍ୟା : ସ୍ବଧର୍ମରେ ଲକ୍ଷ୍ୟ ରଖି ପୁଣ୍ୟବାନ୍‌ ହେବେ। ଶତ୍ରୁ ଯେତେ ବଳବାନ୍‌ ହେଲେ ବି ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ପଦାନତ ହେବ। ମାନସିକ ଅଶାନ୍ତି ଦୂର ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହୋଇପାରନ୍ତି।

ତୁଳା : ଅତିଥିଭାବେ ନିମନ୍ତ୍ରିତ ହୋଇଥିବାରୁ ବକ୍ତବ୍ୟ ପାଇଁ ନାନା ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀଙ୍କ ଅଭୀଷ୍ଟ ପୂରଣ ପାଇଁ ତତ୍ପର ହେବେ।

ବିଛା :​​‌  ଦୃଢ଼ ପୌରୁଷର ଅଧିକାରୀ ହେବେ। ଆପଣଙ୍କ ପୌରୁଷପଣିଆ ନିକଟରେ ବିରୋଧୀମାନେ ହାର୍‌ ମାନିପାରନ୍ତି। ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସମ୍ପାଦନ କରିବେ।

ଧନୁ : ସାଧୁଙ୍କ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ପ୍ରମାଦହୀନ ହେବେ। ନିରୀହ ସ୍ବଭାବସମ୍ପନ୍ନ ହେବେ। ମିତ୍ରମାନଙ୍କ ସହାୟତା ପାଇବେ। କରିତ୍‌କର୍ମାଭାବେ ନିଜର ପରିଚୟ ସୃଷ୍ଟି କରିବେ।

ମକର : ଲୌହ, ପ୍ରସ୍ତର, ତୃଣାଦି ବ୍ୟବସାୟ ଲାଭଜନକ ହେବ। ବିବାଦଶୀଳ ହୋଇପାରନ୍ତି। ନିଜ ଅଞ୍ଚଳରେ ନ ହେଲେ ବି ଅନ୍ୟ ଅଞ୍ଚଳରେ ରାଜ ସମ୍ମାନ ପ୍ରାପ୍ତ ହେବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ।

କୁମ୍ଭ : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମୀନ : ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିପାରନ୍ତି। ପୌରୁଷ ହାନିର ସୂଚନା ମିଳୁଛି। ମିତ୍ରମାନେ ଅସହଯୋଗ କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁତା ବୃଦ୍ଧି ହୋଇପାରେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories