www.samajalive.in
Saturday, December 13, 2025
26.1 C
Bhubaneswar

ଅବସର ନେଲେ କରୁଣାରତ୍ନେ, ପ୍ରଶଂସା କଲା ଆଇସିସି

ଡେସ୍କ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ପ୍ରଖ୍ୟାତ ଓପନର ଦିମୁଥ କରୁଣାରତ୍ନେଙ୍କ ପ୍ରଶଂସା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ, ଯିଏ କି ଅଷ୍ଟ୍ରେଲିଆ ବିପକ୍ଷ ୧୦୦ତମ ଟେଷ୍ଟ ସହ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। କରୁଣାରତ୍ନେ ବିଦାୟୀ ଟେଷ୍ଟରେ ୩୬ ଓ ୧୪ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୯ ଓ୍ଵିକେଟରେ ମ୍ୟାଚ୍ ଜିତି ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ନିଜ ସପକ୍ଷରେ କରିନେଇଛି।

ଆଇସିସି ଅଧ୍ୟକ୍ଷ ଜୟ ଶାହା କହିଛନ୍ତି ଯେ ଦିମୁଥଙ୍କ କ୍ୟାରିୟର ବହୁତ ଭଲ ରହିଛି ଯେଉଁଥିରେ ସେ କ୍ରିକେଟର ସବୁଠାରୁ ପାରମ୍ପରିକ ଫର୍ମାଟରେ ବ୍ୟାଟ୍ସମ୍ୟାନ୍ ଭାବରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ୧୦୦ତମ ଟେଷ୍ଟରେ ଖେଳିବାରେ ତାଙ୍କ ଦେଶର ସପ୍ତମ ଖେଳାଳି ହୋଇଛନ୍ତି।

- Advertisement -

୩୬ ବର୍ଷୀୟ କରୁଣାରତ୍ନେ ଟେଷ୍ଟରେ ପ୍ରାୟ ୪୦% ହାରରେ ୭ ହଜାର ୨୨୨ ରନ୍ କରିଛନ୍ତି, ଯେଉଁଥିରେ ସର୍ବୋଚ୍ଚ ସ୍କୋର ୨୪୪ ରହିଛି। ସେ ୫୦ଟି ଦିନିକିଆ ଖେଳି ୧ ହଜାର ୩୧୬ ରନ୍ କରିଛନ୍ତି। ସେ ୨୦୧୯ରୁ ୨୦୨୩ ମଧ୍ୟରେ ଶ୍ରୀଲଙ୍କାର ୩୦ଟି ଟେଷ୍ଟରେ ନେତୃତ୍ୱ ନେଇଥିବା ବେଳେ ୧୨ଟିରେ ବିଜୟୀ ହୋଇଥିବା ବେଳେ ୧୨ଟିରେ ପରାଜୟ ବରଣ କରିଛନ୍ତି।

ଶ୍ରୀ ସାହା କହିଛନ୍ତି, ମୁଁ ନିଶ୍ଚିତ ଯେ ସାରା ବିଶ୍ୱର ଟେଷ୍ଟ କ୍ରିକେଟ୍ ପ୍ରଶଂସକମାନେ ତାଙ୍କୁ ମନେ ପକାଇବେ। ଆଇସିସି ତରଫରୁ ମୁଁ ତାଙ୍କୁ ଉତ୍କୃଷ୍ଟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି। ମୁଁ ଆଶା କରୁଛି ଯେ ଆଗାମୀ ଦିନରେ ସେ ବିଭିନ୍ନ ଦେଶରେ ଖେଳିବାର ଅଭିଜ୍ଞତାକୁ ବ୍ୟବହାର କରି ଖେଳରେ ଯୋଗଦାନ ଜାରି ରଖିବେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୨୦୧୧ରେ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories