www.samajalive.in
Saturday, December 6, 2025
19.1 C
Bhubaneswar

କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ : ବୟୋଜ୍ୟେଷ୍ଠ ରାଜନେତା, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। “କେ.କରୁଣାନିଧିଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ଭାରତର ସେ ଜଣେ ବରିଷ୍ଠ ରାଜନେତା ଥିଲେ। ଆମେ ଏଭଳି ଜଣେ ତୃଣମୂଳ ସ୍ତରର ଜନନାୟକ, ମହାନ ଚିନ୍ତାନାୟକ, ସୁପ୍ରସିଦ୍ଧ ଲେଖକ ଏବଂ ଟାଣୁଆ ନେତାଙ୍କୁ ହରାଇଲୁ ଯାହାଙ୍କ ଜୀବନ ଗରିବ ଓ ନିଷ୍ପେସିତଙ୍କ କଲ୍ୟାଣ ଲାଗି ସମର୍ପିତ ଥିଲା। କେ.କରୁଣାନିଧି କ୍ଷେତ୍ରୀୟ ଆକାଂକ୍ଷା ଏବଂ ରାଷ୍ଟ୍ରୀୟ ପ୍ରଗତି ପାଇଁ ସଦାସର୍ବଦା ଛିଡା ହେଉଥିଲେ। ତାମିଲ ଲୋକମାନଙ୍କ କଲ୍ୟାଣ ପାଇଁ ସେ ନିରବଛିନ୍ନ ଭାବେ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଥିଲେ ଏବଂ ତାମିଲନାଡୁ ରାଜ୍ୟର ସ୍ୱରକୁ ସେ ଫଳପ୍ରଦ ଢ଼ଙ୍ଗରେ ଉପସ୍ଥାପିତ ହେବା ସୁନିଶ୍ଚିତ କରାଇଥିଲେ। ବହୁବାର କେ.କରୁଣାନିଧିଙ୍କ ସହ ମତ ବିନିମୟ କରିବାର ସୁଯୋଗ ମୋତେ ମିଳିଥିଲା। ନୀତି ନିର୍ଦ୍ଧାରଣ ଉପରେ ତାଙ୍କର ପ୍ରଗାଢ଼ ଜ୍ଞାନ ଓ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ୱ କରୁଣାନିଧିଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ସେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଦୃଢ଼ ଭାବେ ସମର୍ପିତ ଥିଲେ। ଜରୁରୀକାଳିନ ପରିସ୍ଥିତିକୁ ଦୃଢ଼ ବିରୋଧି ଭାବେ ସେ ଜଣାଶୁଣା। ଏହି ଦୁଃଖଦ ମୁହୂର୍ତରେ କରୁଣାନିଧିଙ୍କ ପରିବାର ଏବଂ ତାଙ୍କର ଅଗଣିତ ସମର୍ଥକଙ୍କ ପ୍ରତି ମୋର ସମବେଦନା। ଭାରତ ବିଶେଷକରି ତାମିଲନାଡୁ ରାଜ୍ୟ ଏହି ମହାନ ନେତାଙ୍କ ଅନୁପସ୍ଥିତିକୁ ସବୁବେଳେ ଉପଲବ୍ଧି କରିବ। ତାଙ୍କ ଆତ୍ମାର ଶାନ୍ତି ଓ ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories