www.samajalive.in
Saturday, December 6, 2025
19.1 C
Bhubaneswar

କରୁଣାନିଧିଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ; ଆଜି ସକାଳେ ଅଦାଲତଙ୍କ ନିଷ୍ପତ୍ତି

ଚେନ୍ନଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ଦେଖାଦେଇଛି। ପରଲୋକ ପରେ କରୁଣାନିଧିଙ୍କୁ କେଉଁଠାରେ ସମାଧି ଦିଆଯିବ ତାକୁ ନେଇ ବିବାଦ ଦେଖାଯାଇଛି। ସମାଧି ସ୍ଥଳ ନିର୍ମାଣ ପାଇଁ ସରକାର ମାରିନା ବିଚରେ ଜାଗା ନ ଦେବାରୁ ବିବାଦ ସୃଷ୍ଟି ହୋଇଛି। ଦଳୀୟ ନେତା ଓ ପରିବାର ସଦସ୍ୟ ତାଙ୍କୁ ମାରିନା ବିଚ୍‍ରେ ସମାଧି ପାଇଁ ଦେବାକୁ ଜାଗା ଦାବି କରିଥିବାବେଳେ ତାମିଲନାଡୁ ସରକାର ଏହାକୁ ଅଗ୍ରାହ୍ୟ କରିଛନ୍ତି। ମାରିନା ବିଚ୍‍ ପରିବର୍ତ୍ତେ ଆନ୍ନା ବିଶ୍ୱବିଦ୍ୟାଳୟ ବିପରୀତ ପାର୍ଶ୍ବରେ ୨ଏକର ଜାଗା ଦେବାକୁ ତାମିଲନାଡୁ ସରକାର ସମ୍ମତି ପ୍ରକାଶ କରିଛନ୍ତି। ତେବେ ସମାଧି  ପାଇଁ ମାରିନା ବିଚ୍‍ରେ ସ୍ଥାନ ଦାବି କରି ଡିଏମ୍‍କେ କ୍ୟାଡର ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହି ପିଟିସନ ଉପରେ ତ୍ୱରିତ ଶୁଣାଣି ପାଇଁ ହାଇକୋର୍ଟ ଗ୍ରହଣ କରିଥିଲେ। ଏଥିପାଇଁ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଗଠନ କରାଯାଇଥିଲା। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ନ୍ୟାୟାଧୀଶ ହୁଲୁବାଦୀ ଜି ରମେଶ, ମାରିନା ବିଚରେ ଜାଗା ଦିଆନଯିବା ମାମଲାରେ ରାତି ସାଢେ ୧୦ଟାରେ ଶୁଣାଣି ଆରମ୍ଭ କରିଥିଲେ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଣାଣୀ ପରେ ବୁଧବାର ସକାଳ ୮ଟା ଚୁଡାନ୍ତ ଶୁଣାଣୀ ପାଇଁ ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି।

- Advertisement -

ମାରିନା ବିଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ରାଜଗୋପାଳଚାରୀ ଓ କାମରାଜଙ୍କ ସ୍ମାରକ ରହିଛି। ଡିଏମକେର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ.କେ ଷ୍ଟାଲିନ ରାଜ୍ୟ ମୁଖ୍ୟମନ୍ତ୍ରୀ ପଲାନିସ୍ଵାମୀଙ୍କୁ ଚିଠି ଲେଖି ମାରିନା ବିଚରେ ସି.ଏନ ଅନ୍ନାଦୁରାଇଙ୍କ ସ୍ମାରକ ପରିସରରେ ଅନ୍ତିମ ସଂସ୍କାର ପାଇଁ ଜାଗା ଦେବାକୁ ଦାବି କରିଥିଲେ। ପରେ ଷ୍ଟାଲିନ ଏହି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ।

ଅନ୍ୟ ପଟେ ତାମିଲନାଡୁ ସରକାର ଏକ ବୟାନ ଜାରୀ କରି କହିଥିଲେ ଯେ ମଦ୍ରାସ ହାଇକୋର୍ଟରେ ଅନେକ ମାମଲା ପଡିରହିଥିବା ବେଳେ ଓ ଆଇନର ଜଟିଳତାଙ୍କୁ ଦେଖି ମାରିନା ବିଚରେ ଜାଗା ଦେବାକୁ ସକ୍ଷମ ନୁହନ୍ତି। ସରକାର ସର୍ଦ୍ଦାର ପଟେଲ ରୋଡରେ ରାଜାଜୀ ଓ କାମରାଜଙ୍କ ପାଖରେ ଦୁଇ ଏକର ଜମି ଦେବାକୁ ପ୍ରସ୍ତୁତ ଅଛନ୍ତି।

ସୂଚନା ଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନ ଓ ଜେ ଜୟଲଳିତାଙ୍କୁ ମାରିନା ବିଚରେ ଅନ୍ତିମ ସଂସ୍କାର କରାଯାଇଥିଲା।  ତେଣୁ ବର୍ତ୍ତମାନର ସରକାର ସେଠାରେ ଜାଗା ଦେବାକୁ ରାଜି ହେଉ ନାହାନ୍ତି।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories