www.samajalive.in
Saturday, December 6, 2025
19.1 C
Bhubaneswar

ବିଚିତ୍ରପୁର ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ଯାଜପୁର : ଯାଜପୁର ଜିଲ୍ଲା ଲୋକକଳା ଗ୍ରାମ ବିଚିତ୍ରପୁରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ବିଚିତ୍ରପୁର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ପ୍ରାରମ୍ପାରିକ ଲୋକକଳା ଓ ପରମ୍ପରାର ସ୍ମୃତିଚାରଣ ଓ ସୁରକ୍ଷା ପାଇଁ ସଂସ୍କୃତି ବିଭାଗର ଏହି ପଦକ୍ଷେପ ଏକ ସ୍ୱାଗତ ଯୋଗ୍ୟ ବ୍ୟବସ୍ଥା ବୋଲି ମତ ଦେଇଥିଲେ । ମା’ ମାନଙ୍କ ମଧ୍ୟରେ ଥିବା ଲୁକ୍କାଇତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ ଏହି ପ୍ରୟାସ ବେଶ୍ ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ। ଏହା ଦ୍ୱାରା ସଂସ୍କୃତିର ପ୍ରସାର ପ୍ରଚାର ପାଇଁ ପଥ ଉନ୍ମୁକ୍ତ ହୋଇପାରିଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ମା’ ମାନେ ଶକ୍ତିମୟୀ ଓ ବିବିଧ ପ୍ରତିଭାର ଅଧିକାରୀ। ଏହି ଭଳି ସୁଯୋଗ ମାଧ୍ୟମରେ ସେମାନେ ସେମାନଙ୍କର ଦକ୍ଷତାର ବିକାଶ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ବିଚିତ୍ରପୁର ଗ୍ରାମକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯିବା ପରେ ଗ୍ରାମର କଳା ଓ ସଂସ୍କୃତିର ବିକାଶ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷରୁ ନିକଟସ୍ଥ ପୋଖରୀରେ ପ୍ରତିକାତ୍ମକ ଡଙ୍ଗାଭଷା ପରେ ଏକାଧିକ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶରେ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ବିଚିତ୍ରପୁର ବିଦ୍ୟାଳୟ ପରିସରରେ ଝୋଟି, ମୁରୁଜ, ପିଠା, ହୁଳହୁଳି, ଭାଗବତ ପଠନ, ଭଜନ, ଓଡିଆଣୀ ବେଶ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳା ଓ ସଂସ୍କୃତି ସଂଘର ସଭାପତି ସୌରଭ ଚକ୍ରବର୍ତ୍ତି ଅଧ୍ୟକ୍ଷତା କରିଥିଲେ । ଶେଷରେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗଗୀତାର ବିଚାରପତି ଭାବେ ରସୁଲପୁର ବ୍ଲକ କଳା ସଂଘର ଉପସଭାପତି ମୋହନ ଚରଣ ମଲିକ, ଚର୍ତୁଭୁଜ ଦାସ, କୋରାଇ ବ୍ଲକର ଉପ ସଭାପତି ପ୍ରଫୁଲ ଆଚାର୍ଯ୍ୟ, ବୃନ୍ଦାବନ ମିଶ୍ର ଓ ଅଭିମନ୍ୟୁ ମିଶ୍ର ପ୍ରମୁଖ ବିଚାରପତି ଭାବେ ଯୋଗଦେଇଥିଲେ। ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମୁଲ୍ୟ କୁମାର ସାହୁ, ବିଚିତ୍ରପୁର ଗ୍ରାମର ଭାଗୀରଥି ରଣା, ରଂଜନ କୁମାର ପଣ୍ଡା, କୃପାସିନ୍ଧୁ ପୃଷ୍ଟି, ପରେଶ କୁମାର ମହାନ୍ତି, ଅନ୍ୟାନ୍ୟ କଳାକାର, ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଂସ୍କୃତି ବିଭାଗର ଏହି ଅଭିନବ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories