www.samajalive.in
Friday, December 12, 2025
14.1 C
Bhubaneswar

କପୁଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସରାସକୋଲା ଚମ୍ପିୟାନ

ପାଟଣା: ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ କପୁଣ୍ଡି ଗ୍ରାମ ଖେଳ ପଡ଼ିଆରେ କପୁଣ୍ଡି କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ ସରାସକୋଲା ଏବଂ ଭୋଳବେଡା କ୍ରିକେଟ ଟିମ ମଧ୍ୟରେ ହେଇଥିଲା । ଭୋଳବେଡା ଟିମ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୨୬ ରନ ସଂଗ୍ରହ କରିଥିଲା ଏହାର ଜବାବ ରେ ନିର୍ଦ୍ଧାରିତ ୧୧.୧ ଓଭରରେ ସରାସକୋଲା ୧୩୦ ରନ କରି ବିଜୟଲାଭ କରିଥିଲା ।
ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ବିପ୍ଳବ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ନାରାୟଣ ପଣ୍ଡା, ଜିଲ୍ଲା ଯୁବ ବିଜେଡି ଉପସଭାପତି କରୁଣା ସାଗର ଖଟୁଆ, କପୁଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ପଇଦା, ସମିତି ସଭ୍ୟ ମହେଶ୍ବର ପୃଷ୍ଟି, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କୁମାର ପହି ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଓ ରନର୍ସ ଅପ୍ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଅମ୍ପାୟର ଭାବେ ସିପୁନ ରଣା, ଭେଙ୍କଟ ରଣା, ସ୍କୋରର ତନ୍ମୟ ପୃଷ୍ଟି, ବ୍ରହ୍ମାନନ୍ଦ ରଣା ଖେଳ ପରିଚାଳନା କରିଥିବା ବେଳେ ଖେଳର ଧାରା ବିବରଣୀ ଦିଲ୍ଲୀପ ମଲ୍ଲିକ ପ୍ରଦାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories