www.samajalive.in
Sunday, December 14, 2025
26.1 C
Bhubaneswar

‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’: ପ୍ରଥମ ଝଲକ୍‌ ​‌ଦେଖି ଅବାକ୍‌ ଦର୍ଶକ

ମୁମ୍ବଇ: ‘କାନ୍ତାରା- ଏ ଲିଜେଣ୍ଡ’ ଗତ ବର୍ଷ କମାଲ୍‌ କରିଥିଲା, ଆଉ ଏବେ ହୋମ୍ବଲେ ଫିଲ୍ମ୍‌ସ ପୁଣି ଫେରିଛି ଆଉ ଏକ ଜବରଦସ୍ତ ଚଳଚ୍ଚିତ୍ର ‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’ ସହ। ନିକଟରେ ଫିଲ୍ମର ଏକ ଝଲକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲାଗୁଛି ଏହା ବେଶ୍‌ ରୋମାଞ୍ଚକର ଓ ଖାସ୍‌ ହେବାକୁ ଯାଉଛି। ଏଥିରେ ଅଭିନେତା-ନିର୍ଦେଶକ ଋଷବ ଶେଟ୍ଟୀଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି। ଟିଜର ଭିଡିଓ ଦେଖି ଏହା କହିହେବ ଯେ, କେଜିଏଫ ଓ ବାହୁବଳି ଭଳି ଚଳଚ୍ଚିତ୍ରକୁ ଜୋରଦାର ଟକ୍କର ଦେବ ‘କାନ୍ତାରା- ଏ ଲିଜେଣ୍ଡ ଚ୍ୟାପ୍ଟର ୧’। ଟିଜର ଭିଡିଓ ରିଲିଜ୍‌ ହେଉ ହେଉ ଖୁବ୍‌ କମ୍‌ ସମୟ ମଧ୍ୟରେ ବହୁ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଛି। ଦର୍ଶକ ଏହାକୁ ଦେଖି ବେଶ୍‌ ଭଲ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି।

ଟିଜର୍‌ ଦର୍ଶକଙ୍କୁ ଋଷବ ଶେଟ୍ଟୀଙ୍କ ରହସ୍ୟମୟ ଓ ରୋମାଞ୍ଚକର ରୂପ ସହ ପରିଚିତ କରିଛି। ଟିଜର ଏକ ନିଆରା ସ୍ପର୍ଶ ସହିତ ସମାପ୍ତ ହେଉଛି। ସଙ୍ଗୀତର ସାତୋଟି ଭିନ୍ନ ଭିନ୍ନ ରାଗ ସେହି ସାତୋଟି ଭାଷାର ପ୍ରତିନିଧିତ୍ୱ କରୁଛି ଯେଉଁଥିରେ ‘କାନ୍ତାରା ଚ୍ୟାପ୍ଟର ୧’ ରିଲିଜ୍ ହେବ। ‘କାନ୍ତାରା ଚ୍ୟାପ୍ଟର ୧’ ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ଡିସେମ୍ବର ଶେଷ ଭାଗରେ ଫିଲ୍ମର ଶୁଟିଂ ଆରମ୍ଭ ହେବ। ତେବେ ଚଳଚ୍ଚିତ୍ରର କଳାକାରଙ୍କୁ ନେଇ ବର୍ତ୍ତମାନସୁଦ୍ଧା ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ, କିନ୍ତୁ ଏହାର ପ୍ରଥମ ଝଲକ୍‌ ଲୋକଙ୍କ ଉତ୍କଣ୍ଠାକୁ ଦୁଇ ଗୁଣା କରିବାକୁ ଯଥେଷ୍ଟ।

- Advertisement -

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories