www.samajalive.in
Sunday, December 14, 2025
23.1 C
Bhubaneswar

ଆଖଣ୍ଡଳମଣିଙ୍କ ହରଗୌରୀ ବେଶ, ଦର୍ଶନ କଲେ ୪୦ହଜାର ଭକ୍ତ

ଆରଡି: ପବିତ୍ର ରାହାସ ପୂର୍ଣ୍ଣିମା ପାଇଁ ସୋମବାର ଚଳଚଞ୍ଚଳ ହୋଇଉଠିଥିଲା। ଏହି ଅବସରରେ ବାବା ଆଖଣ୍ଡଳମଣିଙ୍କ ହରଗୌରୀ ବେଶ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ରାଜ୍ୟ ଓ ରାଜ୍ୟା ବାହାରୁ ୪୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା। ଧର୍ମର ମାସ କାର୍ତ୍ତିକରେ ବ୍ରତ ରଖିଥିବା ହଜାରର ହବିଷାଳୀ ଭକ୍ତ ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇବା ସହ ହରିବୋଲ ହୁଳହୁଳ ଧ୍ବନି ଦେଇ ବୁଡ ପକାଇଥିଲେ।

ଏପଟେ ରାହାସ ନୀତି ପାଇଁ ଭୋର ୪ଟାରେ ମଣିବାବାଙ୍କ ଦ୍ବାର ଫିଟା ଯିବା ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ, ପଞ୍ଚଉପଚାର ପୂଜା, ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ସକାଳ ୫ଟା ଠାରୁ ଶ୍ରଦ୍ଧାଳୁଭକ୍ତ ସ୍ବତନ୍ତ୍ର ବ୍ଯାରିକେଟରେ ଯାଇ ମଣିବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମଧ୍ଯାହ୍ନ ୧ଟା ସୁଧା ସମସ୍ତ ସକାଳ ନୀତି ସରିବା ପରେ ମଣିବାବାଙ୍କୁ ପଞ୍ଚାନନ ବେଶ ସଜ୍ଜିତ କରାଯାଇ ବଡ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା। ପରେ ଏକଘଣ୍ଟା ଅବକାଶ(ଶୟନ) ନୀତି କରାଯାଇ ଅପରାହ୍ଣ ୪ଟାରେ ଗମ୍ଭୀରା ଘର ସଫେଇ ପରେ ବାବାଙ୍କୁ ଓ ମାତା ପାର୍ବତୀଙ୍କୁ ଦୂର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା କରାଯାଇଥିଲା।

- Advertisement -

ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିବା ବେଳେ ଆଖଣ୍ଡଳମଣି ଉଚ୍ଚ ବିଦ୍ଯାଳୟ ଓ ବାବାମଣି ଡିଗ୍ରୀ ମହାବିଦ୍ଯାଳୟର ଶତାଧିକ ଛାତ୍ରଛାତ୍ରୀ ଧାଡିରେ ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରାଇଥିଲେ। ତାହାସହ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସ୍ବତନ୍ତ୍ର ବ୍ଯାରିକେଟ ବ୍ଯବସ୍ଥା କରାଯାଇଥିବା ବେଳେ ଶିବଗଙ୍ଗା ପୁଷ୍କରିଣୀରେ ଯେପରି ଭକ୍ତ ଓ ହଭିଷାଳିମାନେ ଶୃଙ୍ଖଳାର ସହ ବୋଇତ ଭସାଣ ଓ ସ୍ନାନ କରିବେ ସେଥିପାଇଁ ପୁଷ୍କରିଣୀ ଚତୁଃପାର୍ଶ୍ବରେ ଆଲୋକ ବ୍ଯବସ୍ଥା କରାଯାଇଥିଲା। ସଂଧ୍ଯାରେ ସାଂସ୍କୃତିକ କାର୍ଯ୍ଯକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିଚାଳକ ବିଦ୍ଯାଧର ପଲାଇ, ଟ୍ରଷ୍ଟବୋର୍ଡ ସଭ୍ଯ ସନ୍ତୋଷ ପାଢୀ, ସରୋଜ ଦାସ ପ୍ରମୁଖ ମନ୍ଦିର ପରିସରରେ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories