www.samajalive.in
Monday, December 8, 2025
13.1 C
Bhubaneswar

ନୂଆ ବସଷ୍ଟାଣ୍ଡକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆଶ୍ରମପଡା ଉପକଣ୍ଠ ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ, ନୂତନ ବସ ଷ୍ଟାଣ୍ଡକୁ ବିରୋଧ କରି ଆଜି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି । କଣ୍ଟାବାଞ୍ଜି ନଗର କମିଟି ଓ ବର୍ତ୍ତମାନ ସାପ୍ତାହିକ ବଜାର ଏବଂ ବସ ଷ୍ଟାଣ୍ଡରେ ସମଲେଶ୍ୱରୀ ମାର୍କେଟ କମ୍ପ୍ଲେକ୍ସ ସଂଘ ତରଫରୁ  ଏହି ବନ୍ଦ ପାଳନ କରାଯାଇଥିଲା । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ପାଳିତ ହୋଇଥିବା କଣ୍ଟାବାଞ୍ଜି ବନ୍ଦର ପ୍ରଭାବ ସକାଳୁ ଦେଖିବାକୁ ମିଳିଥିଲା । ତେବେ ଏହି ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଥିଲା ।

ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ଏବଂ ବର୍ତ୍ତମାନ ଥିବା ବସଷ୍ଟାଣ୍ଡର ଆଧୁନିକୀକରଣ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନବେଳେ ମାର୍କେଟ କମ୍ପ୍ଲେକ୍ସ ସଭ୍ୟମାନେ ବାଇକ ରାଲିରେ ବୁଲି ଦୋକାନବଜାର ବନ୍ଦ କରିବା ଦେଖାଯାଇଥିଲା ।  କଣ୍ଟାବାଞ୍ଜି ସହରର ଅସ୍ଥାୟୀ ବସଷ୍ଟାଣ୍ଡରେ ରହିଛି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ। ନୂଆ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଥିବା  ଶତାଧିକ ଦୋକାନୀ ଜୀବିକା ହରାଇବେ । ଯାହାକୁ ନେଇ ଚିନ୍ତା ପ୍ରକଟ କରି ସମଲେଶ୍ବରୀ ମାର୍କେଟ କମ୍ପ୍ଲେସ ପକ୍ଷରୁ, ଜିଲ୍ଲପାଳ ବଲାଙ୍ଗୀର, ଟିଟିଲାଗଡ ଉପଜିଲ୍ଲାପାଳ ଓ ତହସିଲଦାର କଣ୍ଟାବାଞ୍ଜିଙ୍କୁ ଏକ ଦାବିପତ୍ର ସ୍ଥାନୀୟ ତହସିଲ କାର୍ଯ୍ୟଳୟକୁ ଯାଇ ତହସିଲଦାରଙ୍କ ଅନୁପସ୍ଥିତରେ ବରିଷ୍ଠ କିରାଣୀ ରବିନାରାୟଣ ତ୍ରିପାଠୀଙ୍କୁ  ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଇନ୍ଦିରା ଛକରେ ପିକେଟିଙ୍ଗ ପଥ ପ୍ରାନ୍ତ ସଭାରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜେଡି ନେତା ଅଜୟ ଦାସ, ବିଜେପି ନେତା ଲକ୍ଷ୍ମଣ ବାଗ, ଆପ ନେତା ସୁରଥ ବେହେରା, ଉପସ୍ଥିତ ହୋଇ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବନ୍ଦ ପାଳନରେ ମାର୍କେଟ କମ୍ପ୍ଲେକ୍ସ ସଭାପତି ସଚିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଲାଲୁ ଟାହାଣୀ, ସତ୍ୟ ମିଶ୍ର, ପ୍ରହଲ୍ଲାଦ ତ୍ରିପାଠୀ, ଗୋପାଳ ନାଗ, ତୁଳସୀ ବେହେରା, ସନ୍ତୋଷ ନନ୍ଦ, ସଚିନ ବାରିକ, ରଘୁନାଥ ମେହେର, ସଞ୍ଜୟ ରାୟ, ବିକାଶ ଷଡ଼ଙ୍ଗୀ, ମନୀଷ ଠାକୁର ସହ ସମସ୍ତ ମାର୍କେଟ କମ୍ପ୍ଲେକ୍ସର ଦୋକାନୀମାନେ ସାମିଲ ଥିଲେ ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories