www.samajalive.in
Saturday, December 6, 2025
16.1 C
Bhubaneswar

ଧାମନଡଙ୍ଗା ଗାଁ ବୁଲାଣିରେ ଦୁର୍ଘଟଣା ; ୨ ମୃତ 

କଣ୍ଟାବାଞ୍ଜି :  କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ବୁଲାଣି  ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ହେଲେ କଣ୍ଟାବାଞ୍ଜି ସିଙ୍ଗଲପଡାର କବି ପୁଟେଲ ଏବଂ ପ୍ରଦୀପ ରାଉଳ । କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡ଼ାକ୍ତରଖାନା ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳକୁ ଦେଖିଲେ ଏହି ଦୁର୍ଘଟଣା ରାତି ସମୟରେ ହୋଇଥିବା ସନ୍ଦେହ କରାଯାଉଛି । ଗୋଟିଏ ବାଇକରେ ଦୁଇ ଜଣ କଣ୍ଟାବାଞ୍ଜି ଅଭିମୁଖେ ଆସୁଥିବା ବେଳେ ରାସ୍ତା ପାର୍ଶ୍ଵରେ ଥିବା ରୋଡ଼ ଡିଭାଇଡର ରେ ବାଡେଇ ହୋଇ ବାଇକ ଚାଷ ଜମିକୁ ପସିଯାଇଛି । ପ୍ରାୟ ୬ ରୁ ଅଧିକ ସିମେଣ୍ଟ ରେ ତିଆରି ରଡ଼ ଡିଭାଇଡର ଭାଙ୍ଗି ଥିବାରୁ ଦୁର୍ଘଟଣା ଖୁବ ଜୋରରେ ଘଟିଛି ବୋଲି କୁହାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories