କଣ୍ଟାବାଞ୍ଜି, : କଣ୍ଟାବାଞ୍ଜି ଏନ୍ଏସିର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ କଣ୍ଟାବାଞ୍ଜି ସହରରେ ଅନେକ ସ୍ଥାନରେ ଏନ୍ଏସି ପକ୍ଷରୁ ପାର୍କ ନିର୍ମାଣ କରାଯାଇଛି। ଅନେକ ଜବରଦଖଲ ସ୍ଥାନ ମଧ୍ୟ ଏନଏସି ଉଛେଦ କରି। ସେହି ସ୍ଥାନରେ ଏନଏସି ପକ୍ଷରୁ ପାର୍କ, ସେଲଫି ଜୋନ, ନିର୍ମାଣ କରାଯାଉଛି। ହେଲେ କଣ୍ଟାବାଞ୍ଜି ସହରର ଡେଲି ମାର୍କେଟ ନିକଟରେ ଏନଏସି ପକ୍ଷରୁ ଏକ ଜଗନ୍ନାଥ ମୂର୍ତ୍ତି ସ୍ଥାପନ କରାଯାଇଛି କିନ୍ତୁ ସେହିଠାରେ ଅଳିଆ ଆବର୍ଜନା ଜମା ହୋଇଛି।
ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ସମ୍ମୁଖରେ ଅଳିଆ ଆବର୍ଜନା ପଡିରହିଥିବାରୁ ଜନ ଅସନ୍ତୋଷ ବଢୁଛି । ପୁଣି ପ୍ରଭୁ ଜଗନ୍ନାଥଙ୍କୁ ଖୋଲା ଆକାଶ ତଳେ ସ୍ଥାପନ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ ପାଉଛି i ଏଣୁ ଏହାର ପ୍ରତିକାର ପାଇଁ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।



