www.samajalive.in
Sunday, December 14, 2025
23.1 C
Bhubaneswar

ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ସମବାୟ ସମିତି ପରିସରେ ୨ଟି ଗ୍ରାମପଞ୍ଚାୟତ ତୁରେକେଲା ଓ ଝରଣୀର ଚାଷୀମାନଙ୍କୁ ନେଇ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ତୁରେକେଲା ସମବାୟ ସମିତି ଲିମିଟେଡ଼ର ସଭାପତି କିଶୋର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତୁରେକେଲା ଗ୍ରାମପଞ୍ଚାୟତ ସରପଞ୍ଚ ତଥା ଅବସରପ୍ରାପ୍ତ ଶିକ୍ଷାବିତ ଜଳନ୍ଧର ମହାକୁଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଝରଣୀ ପଂଚାୟତ ସରପଞ୍ଚ ରଘୁବୀର ମେହେର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପୁରୁଷୋତ୍ତମ ସାହୁ, ପୂର୍ବତନ ସମବାୟ ସମିତି ସଭାପତି ବାୟାମନ ସଗ୍ରୀୟା, ସମବାୟ ସମିତି ଉପସଭାପତି ପ୍ରମିଳା ନାଗ, ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ କଣ୍ଟାବାଞ୍ଜି ଶାଖା ପରିଚାଳକ ଯୋଗେଶ୍ୱର ମାଝୀ, ଅବସର ସମବାୟ କର୍ମଚାରୀ ତଥା ବରିଷ୍ଠ ଚାଷୀ ମହେଶ୍ୱର ସାହୁ, ବୋର୍ଡ ସଭ୍ୟ ରଞ୍ଜନ କୁମାର ଆଇଚ, ଲୋଚନ ନାଗ ପ୍ରମୁଖ ମଞ୍ଚାସୀନ ଥିଲେ।

ସଭାରେ ବରିଷ୍ଠ ଚାଷୀ ମହାଦେବ ବେହେରା, ରାମ ନାରାୟଣ ବେନିଆ, ଈଶ୍ୱର ନାୟକ, ସୁରେନ୍ଦ୍ର ନାଗ, ଚାଷୀ ସମସ୍ୟା ଉପରେ ନିଜସ୍ୱ ମତ ରଖିଥିଲେ। ଏହି କର୍ମଶାଳାରେ ଚାଷୀମାନଙ୍କୁ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ବିଭିହ୍ନ ଋଣ ସମ୍ପର୍କରେ ଓ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯାଉଥିବା, ବିଷଦ ଭାବରେ ଉପସ୍ଥିତ ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ସଚେତନ କରାଯାଇଥିଲା। ତେଣୁ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ଲାଭ ଉଠାଇ ଆତ୍ମନିର୍ଭର ଶିଳ ହେବାସହ ଠିକ ସମୟରେ ଋଣ ପରିଶୋଧ କରିଵାକୁ କଣ୍ଟାବାଞ୍ଜି ବ୍ୟାଙ୍କ ଶାଖା ପରିଚାଳକ ମାଝୀ ସମସ୍ତଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ପେକ୍ସ ସମ୍ପାଦକ ତପି ଚରଣ ନାଗ ଶେଷରେ ବ୍ୟାଙ୍କ ସୁପରଭାଇଜର ଦକ୍ଷରାଜ ମାଝୀ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବଲାଙ୍ଗୀର ବିଭିନ୍ନ ବ୍ରାଞ୍ଚରେ ଉପଲବ୍ଧ ଥିବା ସୁବିଧା ସୁଯୋଗ, ସ୍ଥାଇ ଜମା ରାଶିରେ ସୁଧାହାର ସମ୍ପର୍କରେ ଆଲୋକ ପାତ କରିବାସହ ଶେଷରେ ଧନ୍ୟବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା। ସମବାୟ ସମିତି କର୍ମଚାରୀ ବିଶ୍ଵାମିତ୍ର ଧରୁଆ, ରାଜେନ୍ଦ୍ର ବଗର୍ତ୍ତୀ, ଭୋଳାରାମ ରାଜପୁତ କର୍ମଶାଳା ଆୟୋଜନ ସହଯୋଗ କରଥିଲେ। ଏହି କର୍ମଶାଳାରେ ତୁରେକେଲା ଓ ଝରଣୀ ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ ଉପସ୍ଥିତ ଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories