www.samajalive.in
Saturday, December 6, 2025
23.1 C
Bhubaneswar

ହୋ ମୁଣ୍ଡାରୀ ଭୂମିଜ ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ

କଣ୍ଟାବାଞ୍ଜି: ଓଡିଶା ରାଜ୍ୟରେ ଥିବା ୬୨ପ୍ରକାର ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ୧୬୯ ଅଂଶ, ବଂଶ, ଗୋଷ୍ଠୀ ଯଥା ସଅର, ଭଞ୍ଜପୁରାଣ, କଳଙ୍ଗା, ପହଁରିଆ, ଝୋଡ଼ିଆ, ମାଙ୍କିଡିଆ, ଦୁରୁଆ, ଚୁକଟିଆ ଭୁଞ୍ଜିଆ, ପାଉଡି ଭୁଞ୍ଜିଆ, ଅମାନଟିଆ,ବେଲଦାର ଗଣ୍ଡ, ବୁଡୁ କନ୍ଧ, ବୁଢ଼ା କନ୍ଧ, ଭୋକତା, ବୋଡା ଶବର, ବୋଇ ଗଦବା, ବାରେଙ୍ଗା ଝୋଡ଼ିଆ, ପରଜା, ଚେରେଙ୍ଗା କୋଲ୍ହ, ଚପୁଅ କମାର, ଏରେଙ୍ଗା ମୁଣ୍ଡା, ଏରେଙ୍ଗା କୋଲ୍ହ, ଗୁମ୍ଫା କୋୟା ,ଯୋଡ଼ିଆ କନ୍ଧ, କନୱାର, ଖଣ୍ଡାୟତ ଭୂୟାଁ, କନ୍ଧିଆ, କୋରା, ନାଗେଶ୍ୱର, ନକ୍ଷଗବନସି ମୁଣ୍ଡା, ଓଲେରା ଗଦବା, ପୁରାଣ, ପାହାଡି ଖରିଆ, ସାନ ଗଦବା, ନାକାସିଆ, ଭୂଇଁହାର ପ୍ରମୁଖ ଛାଡ଼ିହୋଇଥିବା ଆଦିବାସୀ ସମ୍ପ୍ରଦାୟ ର ଗୋଷ୍ଠୀକୁ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି।

ସମ୍ବିଧାନ ପ୍ରଦତ୍ତ ଅଧିକାରରୁ ଉକ୍ତ ଆଦିବାସୀ ଗୋଷ୍ଠୀ ବଞ୍ଚିତ ହେଉଛନ୍ତି। ଶିକ୍ଷା, ସାମାଜିକ, ଅର୍ଥନୈତିକ, ରାଜନୈତିକ ଅଧିକାରରୁ ଏହି ଆଦିବାସୀମାନଙ୍କୁ ବିକଶିତ କରିବାକୁ ହେଲେ ରାଜ୍ୟ ଆଦିବାସୀ ତାଲିକାରେ ସାମିଲ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ। ଦ୍ବିତୀୟରେ ଓଡିଶା ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, କେନ୍ଦୁପତ୍ର ବନ୍ଧାଳୀ, ବିଡି ଶ୍ରମିକ, ଅସ୍ଥାୟୀ କର୍ମଚାରୀମାନଙ୍କୁ ଓଡିଶା ସରକାର କେନ୍ଦୁପତ୍ର ଲାଭଂଶରୁ ବୋନସ, ଛାତ୍ରବୃତ୍ତି, ବିବାହ ସହାୟତା, ପ୍ରୋତ୍ସାହନ ରାଶି, ମୃତ୍ୟୁ କାଳିନ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। କେନ୍ଦୁପତ୍ର ଶ୍ରମିକ ମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ଅଛନ୍ତି। ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁସାରେ ଆଦିବାସୀମାନେ କେନ୍ଦୁପତ୍ର ଏବଂ ସଂଗ୍ରହ ବିକ୍ରୟ କରିବା ଅଧିକାର ହାସଲ କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଅଠର ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବୀ କରିସାରିଛନ୍ତି। ଅତଏବ କେନ୍ଦୁପତ୍ରରୁ ଜିଏସଟି ପ୍ରତ୍ୟାହାର କଲେ ଓଡିଶା ରାଜ୍ୟର ଆଦିବାସୀ ବିଶେଷ ଲାଭକ୍ଷନ୍ୱିତ ହୋଇପାରିବେ ବୋଲି ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି ।

- Advertisement -

ତୃତୀୟ ରେ ସାଂସଦ ଶ୍ରୀ ବିଶି ଦାବୀ କରି କହିଥିଲେ ଯେ ଆଦିବାସୀ ଭାଷା ହୋ, ଭୂମିଜ, ମୁଣ୍ଡାରୀକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରାଯାଉ କ୍ଷଓଡିଶା ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ଶିକ୍ଷା ସଂସ୍କୃତିକୁ ଦୃଷ୍ଟିରେ ରଖି ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନିଜ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ. କେନ୍ଦ୍ର ସରକାର ଆଦିବାସୀ ଭାଷା ସଂସ୍କୃତିକୁ ଅବହେଳା କରୁଛନ୍ତି। ଯାହାଦ୍ୱାରା ଆଦିବାସୀ ବିକାଶ ବାଧାପ୍ରାପ୍ତ ହେଉଛି କ୍ଷ ହୋ,ଭୂମିଜ,ମୁଣ୍ଡାରୀ ଭାଷା କୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କଲେ ଉକ୍ତ ସମ୍ପ୍ରଦାୟର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ସାଂସଦ ଶ୍ରୀ ବିଶି ଆହୁରି କହିଥିଲେ ଯେ ଓଡିଶା ର ଆଦିବାସୀ ମାନଙ୍କ ବିକାଶ ପାଇଁ ତତ୍କାଳୀନ କେନ୍ଦ୍ର ସରକାର ଆଦିବାସୀ ଉପ ଯୋଜନା ଅନୁସୂଚିତ ଜାତିଙ୍କ ବିକାଶ ଅନୁସୂଚିତ ଜାତି ଉପ ଯୋଜନା ଏବଂ ଅବିଭକ୍ତ କଳାହାଣ୍ଡି ବଲାଙ୍ଗିର କୋରାପୁଟର ବିକାଶ ପାଇଁ (କେବିକେ) ଯୋଜନା କରିଥିଲେ। ଉକ୍ତ ଯୋଜନାକୁ ବର୍ତ୍ତମାନର ସରକାର ବନ୍ଦ କରିଦେଇଛନ୍ତି। ତେଣୁ ତୁରନ୍ତ ଉକ୍ତ ଯୋଜନା ଗୁଡିକୁ କେନ୍ଦ୍ର ସରକାର ଲାଗୁ କରି ପାଣ୍ଠି ପ୍ରଦାନ କରିବାକୁ ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories