www.samajalive.in
Saturday, December 13, 2025
21.1 C
Bhubaneswar

କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାରରେ କପା ମଣ୍ଡି ବଲାଙ୍ଗୀର ଜିଲାପାଳ ଙ୍କ ଦ୍ୱାରା ଉଦଘାଟିତ

କଣ୍ଟାବାଞ୍ଜି:କଣ୍ଟାବାଞ୍ଜି ନିୟନ୍ତ୍ରିତ ମୁଖ୍ୟ ବଜାର ପ୍ରାଙ୍ଗଣ ରେ ଚଳିତ ବର୍ଷ ୨୦୨୨-୨୩ବର୍ଷ ପାଇଁ କପାମଣ୍ଡି, ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ଦ୍ୱାରା ଆଜିଠାରୁ ଉଦଘାଟିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲା ପାଳଙ୍କ ସହ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସରୋଜ କୁମାର ପ୍ରଧାନ, ମୁଖ୍ୟ ଜିଲା କୃଷି ଅଧିକାରୀ ସଞ୍ଜୟ କୁମାର ପାଣି, ତୁରେକେଲା ବ୍ଲକ କୃଷି ଅଧିକାରୀ ଆନନ୍ଦ କୁମାର ମଲ୍ଲିକ, ମୁରିବାହାଲ ବ୍ଲକ କୃଷି ଅଧିକାରୀ ସୁଧାକର ନନ୍ଦ, ନିୟନ୍ତ୍ରିତ ପରିଚାଳନା କମିଟି ସଭ୍ୟ ମଣିଲାଲ ଅଗ୍ରୱାଲ, ଦୈତାରୀ ଭୋଇ ବଜାର କମିଟି ସୁପର ଭାଇଜାର ଶିବାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଆଜିପ୍ରଥମ ଦିନରେ ତୁରେକେଲା ବ୍ଲକର ଜଣେ ଚାଷୀ 20କ୍ୱିଣ୍ଟାଲ କପା ବିକ୍ରୟ ପାଇଁ ଆଣିଥିଲେ।.ଚଳିତ ୨୦୨୨-୨୩ବର୍ଷ ପାଇଁ ଉନ୍ନତମାନର କପାବିକ୍ରୟ ମୂଲ୍ୟ କ୍ୟୁଣ୍ଟାଲ ପ୍ରତି କେନ୍ଦ୍ର ସରକାର ୬୩୮୦ଟଙ୍କା ଧାର୍ଯ୍ୟ କରିଛନ୍ତି। ମଧ୍ୟମ ଧରଣ କପା କ୍ୟୁଣ୍ଟାଲ ପ୍ରତି ୬୦୮୦ଟଙ୍କା ମଣ୍ଡି ଦର ଧାର୍ଯ୍ୟ କରିଛନ୍ତି। ଆଜି ନିୟନ୍ତ୍ରିତ ବଜାର କମିଟି ତରଫରୁ ଆଜି ପ୍ରଥମ ଦିନରେ କପା କିଣିବା ପାଇଁ ମାଁ ମଙ୍ଗଳା ଜିନିଙ୍ଗ ମିଲ ମୌଜି ରାମ ଅଗ୍ରୱାଲ, ଜୟ ଦୁର୍ଗା ଜିନିଙ୍ଗ ମିଲ ତରଫରୁ ସଞ୍ଜୟ କୁମାର ଅଗ୍ରୱାଲ, ପ୍ରତିମା ଅାଗ୍ରୋ ଆଣ୍ଡ ପେପର ପ୍ରାଇଭେଟ ଲିମିଟେଡ଼ ତରଫରୁ ମ୍ୟାନେଜର ଦୀପକ କୁମାର ସାହୁ, ଆଲିସନ ଜିନିଙ୍ଗ ମିଲର ମ୍ୟାନେଜର, କେନ୍ଦ୍ର ସରକାରଙ୍କ ସିସିଆଇ ସଂସ୍ଥା ଉପସ୍ଥିତ ରହି ନିଲାମରେ ଭାଗ ନେଇ ଥିଲେ। ଶେଷରେ ମାଁ ମଙ୍ଗଳା ଜିନିଙ୍ଗ ମିଲ ସର୍ବାଧିକ ୮,୭୦୦ଟଙ୍କା କ୍ବ୍ୟୁଣ୍ଟାଲ ପ୍ରତିଦରରେ କପା କ୍ରୟ କରିଥିବା ନିୟନ୍ତ୍ରିତ ବଜାର କମିଟି ସୂତ୍ରରୁ ଜଣାପଡ଼ିଛି। ସପ୍ତାହ ର ସୋମ, ମଙ୍ଗଳ, ବୁଧବାର, ଗୁରୁବାର ଓ ଶୁକ୍ରଵାରରେ କଣ୍ଟାବାଞ୍ଜି ମୁଖ୍ୟ ପ୍ରାଙ୍ଗଣରେ ଏବଂ ଶନିବାର ଟିଟିଲାଗଡ ବଜାର ପ୍ରାଙ୍ଗଣରେ ଚାଷୀ ମାନଙ୍କ ଠାରୁ କପା ବିକ୍ରୟ ପାଇଁ ନିୟନ୍ତ୍ରିତ ବଜାର କମିଟି ସମସ୍ତ ବ୍ୟବସ୍ଥା କରିଥିବା ସମ୍ପାଦକ ସୂଚନା ଦେଇଛନ୍ତି। ନିୟନ୍ତ୍ରିତ ବଜାର କମିଟି ତରଫରୁ କର୍ମଚାରୀ ରଞ୍ଜିତ କୁମାର, ହରିଶ ଚନ୍ଦ୍ର ମେହେର, ଗୋପୀନାଥ ପ୍ରଧାନ, ଅନିଲ ବିଭାର, କେତନ ପୁଟେଲ, ଭୁବନେଶ୍ୱର ସାହୁ, ନିରଞ୍ଜନ ଛତ୍ରୀୟା ପ୍ରମୁଖ ସହଯୋଗ କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories