www.samajalive.in
Wednesday, November 19, 2025
29.1 C
Bhubaneswar

ନିର୍ମାଣଧୀନ ପ୍ରକଳ୍ପ ତଦାରଖ କଲେ ଜିଲ୍ଲାପାଳ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା କଣ୍ଟାବାଞ୍ଜି, ତୁରେକେଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣଧୀନପ୍ରକଳ୍ପ ଗୁଡିକର କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ତୁରେକେଲା ବ୍ଲକର ଚାଉଳଶୁଖା ଓ ଜାମୁଡ଼ଝୁଲା ଉଚ୍ଚ ବିଦ୍ୟାଳୟର ଦ୍ଵିତୀୟ ପର୍ଯାୟ ୫-ଟି ସ୍ମାର୍ଟ ସ୍କୁଲରେ ଚାଲିଥିବା କାର୍ଯ୍ୟର ତଦାରଖ କରଥିଲେ। ପରେ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନିର୍ମାଣ ଚାଲିଥିବା ଇଣ୍ଡୋର ଷ୍ଟାଡିଅମ କ୍ଷେତ୍ର ପରିଦର୍ଶନ କରି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଇଂ ଅର୍ଜୁନ ବେହେରା, ବିଭାଗୀୟ ଅଧିକାରୀ, ଉପଜିଲ୍ଲାପାଳ ଟିଟିଲାଗଡ଼ ମନୋଜ ମହାଜନ ସତ୍ୟବାନ ତହସିଲଦାର ସମୀର ବେହେରା, ବିଡ଼ିଓ ଦେବାଶିଷ ସାମଲଙ୍କ ଉପସ୍ଥିତିରେ ଷ୍ଟାଡିଅମର ସୁରକ୍ଷା, ଡ୍ରେନେଜ ସିଷ୍ଟମ, ଆଲୋକୀକରଣ ଓ ପରିପାର୍ଶ୍ଵିକ ଦିଗ ଉପରେ ସମୀକ୍ଷା ସହ ତୁରନ୍ତ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଠିକାଦାର ଓ ପୂର୍ତ୍ତବିଭାଗକୁ ନିର୍ଦେଶ ଦେଇଥିଲେ।

ପରେ ଆଶ୍ରମପଡା ଜଗନ୍ନାଥ ମନ୍ଦିର ନିକଟରେ ନିର୍ମାଣ ଆରମ୍ଭ ହୋଇଥିବା ସ୍ମାର୍ଟ ପାର୍କର କ୍ଷେତ୍ର ପରିଦର୍ଶନ ପରେ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁଦିବସ ଅବସରରେ ଶୁଭାରମ୍ଭ ହେବାକୁ ଥିବା ଉତ୍କଳ ବାଳାଶ୍ରମ ଅସ୍ଥାୟୀ ହଷ୍ଟେଲ ପରିଦର୍ଶନ କରିଥିଲେ।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories