www.samajalive.in
Monday, December 15, 2025
16.1 C
Bhubaneswar

ଟଙ୍କା ପାଇଁ ସ୍ତ୍ରୀକୁ ଅନ୍ୟ ପୁରୁଷକୁ ବାହା କରାଇଲା ସ୍ବାମୀ, ସ୍ଵାମୀ ଥାନାରେ ଅଟକ

ଭବାନୀପାଟଣା/ନର୍ଲା/ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଦିଲ୍ଲୀରେ କିଛି ଟଙ୍କା ପାଇଁ ଅନ୍ୟ ଜଣେ ପୁରୁଷକୁ ବିବାହ କରିଦେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ଝିଅର ପରିବାର ଲୋକ ନର୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ସ୍ୱାମୀ (ଯୁବକ)କୁ ଅଟକ ରଖିବା ସହିତ ଉକ୍ତ ଯୁବତୀକୁ ଉଦ୍ଧାର କରିବା ପାଇଁ ପୁଲିସର ଏକ ସ୍ୱତନ୍ତ୍ର ଟିମ ଦିଲ୍ଲୀ ଯାଇଥିବା ଜଣାପଡିଛି।

ନର୍ଲା ଥାନା ଅନ୍ତର୍ଗତ ମୁଣ୍ଡାଗାଁର କୁଳମଣି ଭୋଇଙ୍କ ଝିଅ ପୂର୍ଣ୍ଣମୀ (୨୨)ଙ୍କୁ ମସ୍କାଗୁଡା ଗ୍ରାମର କ୍ଷୀରା ଵେରୁକ (୨୬) ପ୍ରେମ ବିବାହ କରିଥିଲେ। ବିବାହର ଏକ ବର୍ଷ ସେମାନେ ସୁନ୍ଦର ଭାବରେ ଜୀବନ ଯାପନ କରିଥିଲେ। ପୂର୍ଣ୍ଣମୀ ବହୁତ ଭଲ ପାଉଥିଲା ତାର ସ୍ୱାମୀ କ୍ଷୀରାକୁ। ଗତ ଅକ୍ଟୋବର ୩୦ ତାରିଖ ଦିନ କୌଣସି କାରଣରୁ ଦାଦନ ଖଟିବାକୁ ସ୍ବାମୀ ସ୍ତ୍ରୀ ଦୁହେଁ ଦିଲ୍ଲୀ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଗତ ୨ ତାରିଖ ଦିନ ସ୍ବାମୀ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀ ପୂର୍ଣ୍ଣମୀ ଭୋଇଙ୍କୁ ବିବାହ କରିଦେଇଥିବା ପୂର୍ଣ୍ଣିମୀର ପରିବାର ସଦସ୍ୟ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି। କିଛି ଟଙ୍କା ଲୋଭରେ ନିଜ ସ୍ତ୍ରୀ ପୂର୍ଣ୍ଣମୀକୁ ତାର ସ୍ୱାମୀ ଖିରା ଅନ୍ୟ ପୁରୁଷ ସହିତ ବିବାହ କରାଇଦେବା ପରେ କ୍ଷୀରା ନିଜ ଗ୍ରାମ ମସ୍କାପଦରକୁ ଚାଲି ଆସିଥିଲେ। ଯାହାକୁ ସେ ଏତେ ଭଲ ପାଇ ନିଜ ପରିବାର, ପିତାମାତା ସବୁକିଛି ଛାଡି ସ୍ୱାମୀ କ୍ଷୀରା ସହିତ ଚାଲି ଆସିଥିଲା, ସେ ଏପରି କରିବ ବୋଲି ଭାବି ପାରିନଥିଲା ପୂର୍ଣ୍ଣମୀ।

- Advertisement -

ତେବେ ପୂର୍ଣ୍ଣମୀ ସେଠାରୁ କିପରି ମୁକ୍ତି ପାଇବ ସେହି ଚିନ୍ତାରେ ଥିଲା। ଦ୍ୱିତୀୟ ସ୍ୱାମୀର ଅସାବଧାନତାର ସୁଯୋଗ ନେଇ ତାର ମୋବାଇଲ ଫୋନରେ ଥିବା ବିବାହ ଦିନର ଭିଡିଓ ଓ ତାର ପ୍ରେମିକ ସ୍ୱାମୀ କ୍ଷୀରା କିପରି ଅନ୍ୟପୁରୁଷ ହାତକୁ ଟେକି ଦେଉଛି ସେହି ଭିଡିଓକୁ ତାର ପରିବାର ସଦସ୍ୟମାନଙ୍କ ପାଖକୁ ପଠାଇବା ସହିତ ଦ୍ୱିତୀୟ ସ୍ୱାମୀର ଫୋନରୁ ଗତ ୫ ତାରିଖରେ ପୂର୍ଣ୍ଣମୀ ଏ ବିଷୟରେ ବାପା କୁଳମଣି ଭୋଇଙ୍କୁ ଫୋନ୍ କରି ସବୁକଥା କହିଥିଲା।

ଗତ ୬ ତାରିଖ ଦିନ କୁଳମଣି ଭୋଇ ନିଜର ଜ୍ବାଇଁ କ୍ଷୀରାଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ଲା ପୁଲିସ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ କ୍ଷୀରାଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା କରିଥିବା ଜଣାପଡିଛି। ଅନ୍ୟପଟେ କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ପୁଲିସର ଏକ ସ୍ୱତନ୍ତ୍ର ଟିମ ପୂର୍ଣ୍ଣମୀକୁ ଉଦ୍ଧାର କରିବା ପାଇଁ ଦିଲ୍ଲୀ ଯାଇଛନ୍ତି। ଏହି ଘଟଣା ସାରା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories