www.samajalive.in
Monday, December 8, 2025
13.1 C
Bhubaneswar

ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ବଲାଙ୍ଗୀରଙ୍କ ପତ୍ର ଅନୁସାରେ ତୁରେକେଲା କ୍ଳଷ୍ଟରର ସଂଯୋଜକ ଶ୍ରୀ ବିରଂଚ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ତୁରେକେଲା ସେବାଶ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମକାନ୍ତୀ ରାଏଙ୍କ ସଭାପତିତ୍ୱରେ ଶିକ୍ଷକ ଗୋପାଳ ଧରୁଆ, ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଶୁଭଦୀପ୍ତା ଦାଶ,ବିନୋଦିନୀ ତାଣ୍ଡି ଯୋଗ ଦେଇଥିଲେ।ଶ୍ରୀ ଦାଶ ସମାଜରେ ପୁଅ ଓ ଝିଅ ମାନଙ୍କ ମଧ୍ୟରେ ଥିବା ତାରତମ୍ୟତା ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିବା ସହିତ ଶିକ୍ଷାହିଁ ଏହାକୁ ସୁଧାରି ପାରିବ ବୋଲି ବକ୍ତବ୍ୟ ରଖିଥିଲେ। ସେହିପରି ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ସଭାରେ ବୁଦ୍ଧଦେବ ବନଛ୍ଛୋର, ଅଲେଖ ବନଗୋଲା, ନରେଶ ତାଣ୍ଡି ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ଶ୍ରୀ ଦାଶ ଆନ୍ତର୍ଜାତୀୟ କନ୍ୟା ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରେ ଛାତ୍ରୀ ଉର୍ବଶୀ ବାଗ, ସାବିତ୍ରୀ ବାଗ ସଂଗୀତ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories