www.samajalive.in
Sunday, December 14, 2025
23.1 C
Bhubaneswar

କଣ୍ଟାବାଞ୍ଜିରେ ସ୍ୱାୟତ ଶାସନ ଦିବସ ପାଳିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନଏସିର କର୍ମଚାରୀ ମାନଙ୍କୁ ନେଇ ଏକ ଗଣ ଦୌଡ ଅନୁଷ୍ଠିତ ହୋଇଥିଲା । ବିଧାୟକ ସନ୍ତୋଷ ସିଂ ସାଲୁଜା ପତକା ଦେଖାଇ ଏହାକୁ ଉଦଘାଟନ କରିଥିଲେ। ଏହା ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି ଗଣଦୌଡକୁ ବିଧାୟକ ସନ୍ତୋଷ ସିଂ ସାଲୁଜା ପତକା ଦେଖାଇ ଉଦଘାଟନ କରିଥିଲେ। ଗଣ ଦୌଡ ପରେ ନଗରପାଳ ବରିୟାମ ସିଂ ସାଲୁଜାଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ  ଜାତୀୟ ପତକା ଉତୋଳନ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ମନୋରମା ରାଉତ, ଭାରାପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅମୃତଲାଲ ବେହେରା, ଇଂ. ଅଶୋକ କୁମାର ପଟ୍ଟନାୟକ, ଜ୍ୟୋସ୍ନାମୟୀ ବାରିକ, ସମସ୍ତ କାଉନସିଲର ସଭ୍ୟା-ସଭ୍ୟ ଉପସ୍ଥିତ ଥିଲେ। ଏହା ପରେ ଏକ ସାଧାରଣ ସଭାରେ  କର୍ମଠ କର୍ମଚାରୀ ଏବଂ  ଗଣଦୌଡରେ ପୁରୁଷ ବିଭାଗରେ ବିକାଶ ତାଣ୍ଡି(ପ୍ରଥମ) ବଳରାମ ସିନ୍ଦୁର(୨ୟ),ଖିରଧର କୁମ୍ଭାର (୩ୟ) ଓ ମହିଳା ବିଭାଗରେ ଆଶା  ମଜଖଣ୍ଡ(୧ମ),ସୁରେଖା ରଣା(୨ୟ) ଘଟ ବେଶନ(୩ୟ)ଙ୍କୁ  ମାନପତ୍ର ଏବଂ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories