www.samajalive.in
Saturday, December 6, 2025
23.1 C
Bhubaneswar

କଣିହାଁ ଏନଟିପିସିରେ ଅଗ୍ନିକାଣ୍ଡ ; ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

କଣିହାଁ : କଣିହାଁ ଏନଟିପିସି ପ୍ଲାଣ୍ଟରେ ଶନିବାର ଅଗ୍ନିକାଣ୍ଡ ଘଟିଛି। କୋଲ ଟ୍ରାନସଫର ପ୍ଲାଣ୍ଟ ଟିପି-୧୬ ଓ କନଭର ବେଲ୍ଟରେ ଅଗ୍ନିକାଣ୍ଡ ଘଟିଛି। ପୁରା ପ୍ଲାଣ୍ଟ ଅଞ୍ଚଳ ଧୁଆଁ ମୟ ହୋଇଯାଇଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ଅଗ୍ନିକାଣ୍ଡ ଦେଖି ପ୍ଲାଣ୍ଟର ସମୁଦାୟ ୬ଟି ୟୁନିଟ ମଧ୍ୟରୁ ୩ନଂ ୟୁନିଟକୁ ବନ୍ଦ ରଖାଯାଇଛି। ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି।

ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ୍‌‌

- Advertisement -

ସୂଚନା ଯୋଗ୍ୟ, ଶନିବାର ସକାଳ ପ୍ରାୟ ୮ ଘଟିକା ୧୦ମିନିଟ ସମୟରେ ପ୍ଲାଣ୍ଟର ୟୁନିଟ -୨ ଓ ୟୁନିଟ -୩ ମଧ୍ୟରେ ଥିବା କନଭର ବେଲଟ ୧୫(ଏ) ଓ ୧୫(ବି), ଓ ଟିପି -୧୬ରେ ଅଗ୍ନିକାଣ୍ଡ ଘଟିଥିଲା। ପରେ ଏନଟିପିସି ନିଆଁ ଲିଭାଳି ଦଳ ଓ ଅନ୍ୟାନ୍ୟ ନିଆଁ ଲିଭାଳି ଦଳ ଜିଲା, ରାଜ୍ୟ ପ୍ରଶାସନ, ପାଖରେ ଥିବା ଅନ୍ୟାନ୍ୟ ପ୍ଲାଣ୍ଟର ସହଯୋଗୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ସଂପର୍କରେ ତଦନ୍ତ ଚାଲିଥିବା ଏନଟିପିସି ଏଚଆର ମୁଖ୍ୟ ବି କେ ପାଣ୍ଡେ ସୂଚନା ଦେଇଛନ୍ତି।

ସାମାନ୍ୟ କମିଛି ଖରା; ତଥାପି ଲାଗୁଛି ଅସ୍ତବ୍ୟସ୍ତ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories