ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ – ଟେଲର କହ୍ନେୟା ଲାଲଙ୍କୁ ହତ୍ୟା କଲେ ଦୁଇ ଦୁର୍ବୃତ୍ତ, ଗିରଫ କଲା ପୁଲିସ
ଜୟପୁର – ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲ୍ ନାମକ ଟେଲରଙ୍କୁ ଦୁଇ ଜଣ ଟେଲର ହତ୍ୟା କରିଛନ୍ତି । ହତ୍ୟାକାରୀ ଦୁର୍ବୃତ୍ତଙ୍କ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରିବା ସହ ସେମାନଙ୍କ ନାମ ମହମ୍ମଦ ଓ ରିୟାଜ୍ ବୋଲି ଦର୍ଶାଇଛନ୍ତି ।
କହ୍ନେୟା ଲାଲ୍ ଟେଲର ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ସେ ଗତ କିଛି ଦିନ ତଳେ ନୁପୁରଙ୍କ ସମର୍ଥନରେ ହ୍ୱାଟସ୍ଆପ୍ ଷ୍ଟାଟସ୍ ରଖିଥିଲେ । ଏହି ହତ୍ୟାକାରୀମାନେ କପଡା ମାପ ଦେବା ନାମରେ ଆସି କହ୍ନେଙ୍କ ବେକକୁ ହାଣି ଦେଇଥିଲେ । ଏହାର ମୁଣ୍ଡକୁ ହାଣି ଅଲଗା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେବା ସହ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ହତ୍ୟାକାଣ୍ଡ ପରେ ଉଦୟପରୁରେ ହିଂସାର ବାତାବରଣ ଦେଖାଦେଇଛି । ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହ ଶାନ୍ତି ରଖିବା ପାଇଁ ନିବେଦନ କରିଛନ୍ତି ।
Comments are closed.