www.samajalive.in
Saturday, December 6, 2025
23.1 C
Bhubaneswar

ରାଜନୀତିରେ ପାଦ ଥାପିବେ କଙ୍ଗନା! ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରିବେ ସାକ୍ଷାତ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଣାୱାତ ଖୁବଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, କଙ୍ଗନା ରାଣାୱତ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ଯଦି ରିପୋର୍ଟ ଆଧାରରେ କୁହାଯାଏ, ତେବେ ଅଭିନେତ୍ରୀ ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରେ ବର୍ଷା ବଙ୍ଗଳାରେ ଏକନାଥ ସିନ୍ଦେଙ୍କୁ ସାକ୍ଷାତ କରିପାରନ୍ତି।

ମହାରାଷ୍ଟ୍ରରେ ହୋଇଥିବା କ୍ଷମତା ପରିବର୍ତ୍ତନ ପରେ ସିଏମ୍ ଏକନାଥ ସିନ୍ଦେଙ୍କ ସହ କଙ୍ଗନାଙ୍କର ଏହା ପ୍ରଥମ ସାକ୍ଷାତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କ୍ଷମତା ପରିବର୍ତ୍ତନ ପୂର୍ବରୁ ଶିବସେନା ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, ଫଳସ୍ୱରୂପ ଖାର୍‌ ସ୍ଥିତ କାର୍ଯ୍ୟାଳୟକୁ ବିଏମସି ଭାଙ୍ଗି ଦେଇଥିଲା। ଏହି କାରଣରୁ କ୍ଷମତା ପରିବର୍ତ୍ତନରେ କଙ୍ଗନା ରାଣାୱତ୍ ବହୁତ ଖୁସି ହୋଇଥିଲେ। କେବଳ ଏତିକି ନୁହେଁ, ସେ ଶିବସେନାକୁ ଟାର୍ଗେଟ କରି ଏକନାଥ ସିନ୍ଦେଙ୍କୁ ଅଭିନନ୍ଦନ ଜଣାଇଥିଲେ।

- Advertisement -

ସେ ସାମାଜିକ ଗଣମାଧ୍ୟମରେ ଏକନାଥ ସିନ୍ଦେଙ୍କ ଫଟୋ ଶେୟାର କରି ଲେଖିଥିଲେ, ‘‘ସଫଳତାର କାହାଣୀ କେତେ ପ୍ରେରଣାଦାୟକ … ଜୀବିକା ଚଳାଇବା ପାଇଁ ଅଟୋ ରିକ୍ସା ଚଳାଇବାଠାରୁ ଆରମ୍ଭ କରି ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେବା ପର୍ଯ୍ୟନ୍ତ … ଅଭିନନ୍ଦନ ସାର୍’’। ଏହି କାରଣରୁ କଙ୍ଗନା ରାଣାୱତ ଏବଂ ଏକନାଥ ସିନ୍ଦେଙ୍କର ଏହି ସାକ୍ଷାତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଦୁହିଁଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହେବ? କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଶନିବାର ଦିନ ସାକ୍ଷାତ ପରେ ହିଁ ଜଣାପଡ଼ିବ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories