www.samajalive.in
Thursday, December 11, 2025
16.1 C
Bhubaneswar

କନ୍ଧମାଳରେ ଅଣାୟତ ଆଡ଼କୁ ଗତି କରୁଛି କରୋନା ସ୍ଥିତି; ସନ୍ଧ୍ୟାରେ ପୁଲିସ୍‍ ପକ୍ଷରୁ ତନଖି ଆରମ୍ଭ

ଫୁଲବାଣୀ: କନ୍ଧମାଳରେ କରୋନା ସ୍ଥିତି ଅଣାୟତ ସ୍ଥିତ ଆଡକୁ ମୁହାଁଇଛି। ଧିରେ ଧିରେ କରୋନା ତାର କାୟା ମେଲାଇ ଚାଲିଛି। ଅଧିକ ସଂଖ୍ୟାରେ ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ପୁଲିସ୍‍ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କୋରାନାରେ ପୀଡିତ ହେଇ ପଡୁଥିବା ବେଳେ ରୋଗୀ ସେବା ଓ ଲୋକଙ୍କ ସୁରକ୍ଷା ଏବେ ଏକ ପ୍ରକାର ବିପଦରେ। ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଜିଲ୍ଲାରେ ମାତ୍ର ୨୨୦୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେପ୍ଟମ୍ବର ମାସର ମାତ୍ର ୨୨ ଦିନରେ ଏହି ସଂଖ୍ୟା ୩୭୯୦ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୦ ରୁ ୧୯ରେ ପହଞ୍ଚିଥିବା ବେଳେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ୱିଗୁଣ ବୃଦ୍ଧି ପାଇଛି। ଅଗଷ୍ଟ ଶେଷ ସୁଦ୍ଧା ସକ୍ରୀୟ ସଂକ୍ରମିତ ସଂଖ୍ୟୀ ୪୧୩ ଥିବା ବେଳେ ଏବେ ଏହା ୮୧୯ରେ ଯାଇ ପହଞ୍ଚିଲାଣି। ତେବେ ବର୍ତ୍ତମାନ ଯେଉଁଭଳି କରୋନା ତାର କାୟା ମେଳାଇ ଚାଲିଛି ତେବେ ଖୁବ୍‍ ଅଳ୍ପ ଦିନ ମଧ୍ୟରେ କନ୍ଧମାଳର ସଂକ୍ରମିତ ସଂଖ୍ୟା ଗଞ୍ଜାମ ଜିଲ୍ଲାକୁ ମଧ୍ୟ ଟପିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଏତେ ସବୁ ପରେ ମଧ୍ୟ ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳିଛି। ଫୁଲବାଣୀ ସହରରୁ ଅଧିକ ସଂଖ୍ୟାରେ ପଜିଟିଭ୍‍ ଚିହ୍ନଟ ହେଉଥିବା ଯୋଗୁଁ ସହରରେ ସପ୍ତାହକ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଂଘ ପ୍ରସ୍ତାବ ଦେଇଛି। କାରଣ ବଜାରକୁ ଆସୁଥିବା ଅଧିକାଂଶ ଲୋକମାନେ କୋଭିଡ୍‍ ନିୟମକୁ ପାଳନ କରୁ ନାହନ୍ତି। ନା ରହୁଛି ସାମାଜିକ ଦୂରତା ନା ଠିକ୍‍ ଭାବେ ମାସ୍କ ପିନ୍ଧୁଛନ୍ତି। ତେଣୁ ଏକ ସପ୍ତାହ ପାଇଁ ବଜାର ବନ୍ଦ ରଖିଲେ ହୁଏତ ସଂକ୍ରମଣ କିଛିଟା ନିୟନ୍ତ୍ରଣକୁ ଆସିବ ଭାବି ରାଜ୍ୟର ଅନେକ ସ୍ଥାନରେ ବଣିକ ସଂଘ ପକ୍ଷରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବଣିକ ସଂଘର ଏହି ପ୍ରସ୍ତାବକୁ ବହୁ ବୁଦ୍ଧିଜାବୀ ସ୍ୱାଗତ କରିଛନ୍ତି। ହେଲେ ଦୁଇ ଦିନ ତଳୁ ଏନେଇ ବଣିକ ସଂଘ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇ ଅନୁମତି ମାଗିଥିଲେ ମଧ୍ୟ ଏପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି ନିଷ୍ପତି ନେଇ ନାହିଁ।

ଆଜି ଚିହ୍ନଟ ହୋଇଥିବା ୭୪ ପଜିଟିଭ୍‍ଙ୍କ ମଧ୍ୟରେ କୋଟଗଡ ବିଡିଓଙ୍କ ସମେତ ୫ ଜଣ କୋଭିଡ୍‍ ଯୋଦ୍ଧା ମଧ୍ୟ ଅଛନ୍ତି। ସର୍ବାଧିକ ଫୁଲବାଣୀରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୩୭୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ଓ ୨୯୫୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ବାକି ୮୧୯ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଚିକିତ୍ସିତ ହେଉଥିବା କେତେକ କୋଭିଡ଼୍‍ ଯୋଦ୍ଧା ବର୍ତ୍ତମାନ ନିଜ ନିଜ କାର୍ୟ୍ୟରେ ସାମିଲ୍‍ ହୋଇଥିବାର ଖବର ମିଳିଛି। ଅନ୍ୟପକ୍ଷରେ ଖୋଦ୍‍ ଫୁଲବାଣୀ ସହରରେ ସାମାଜିକ ଦୂରତ୍ୱ ସହିତ ମାକ୍ସ ଉପରେ ବହୁ ଅମାନିଆ କୌଣସି ପ୍ରକାର ଗୁରୁତ୍ୱ ଦେଉନଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗତ ୨ ଦିନ ହେଲା ଫୁଲବାଣୀ ପକ୍ଷରୁ ସହରର ବିିଭିନ୍ନ ଛକ ମାନଙ୍କରେ ଗାଡ଼ି ଯାଞ୍ଚ ଆରମ୍ଭ ହୋଇଥିବାର ଦେଖାଯାଇଛି। ଅମାନିଆ ମାନଙ୍କୁ ସାବାଡ଼ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ଏସ୍‍.ଡ଼ି.ପି.ସ ପ୍ରକାଶ କରିଛନ୍ତି। ମଙ୍ଗଳବାର ଜିଲାରେ ପୁଲିସ୍‍ ପକ୍ଷରୁ ବିିଭନ୍ନ ସ୍ଥାନରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୭୦ଜଣଙ୍କ ଠାରୁ ୧୫ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଗାଡ଼ି ମଟର ଯାଞ୍ଚବେଳେ ୫ ହଜାର ଟଙ୍କା ଆଦାୟ ହୋଇଛି। ସେହିଭଳି ସାମାଜିକ ଦୂରତ୍ୱ ରଖି ନ ଥିବା ପ୍ରକାରେ ୪ଜଣଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories