www.samajalive.in
Monday, December 8, 2025
14.1 C
Bhubaneswar

ନିୟମ କଡାକଡି ପାଇଁ ଦାବି ରଖିଲେ ନାଗରିକ

ଟିଟିଲାଗଡ଼: ଟିଟିଲାଗଡ ସହର ଗଳିକନ୍ଦିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଏପରିପ୍ରେକ୍ଷୀରେ ସ୍ଥାନୀୟ ରାଜକନ୍ୱର ପାର୍କ ପରିସରରେ ଟିଟିଲାଗଡ ନାଗରିକ କମିଟି କର୍ମକର୍ତାଙ୍କ ସହ ପ୍ରଶାସନ ଆଲୋଚନା କରିଛି। ବୈଠକରେ ନାଗରିକ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢୀ ସହରରେ ନିୟମ କଡାକଡି ପାଳନ ପାଇଁ ପଦକ୍ଷେପ, ଅଯଥାରେ ବୁଲୁ ଥିବା ଯୁବକଙ୍କୁ ଧରପଗଡ, ପୌର ପରିଷଦ ପକ୍ଷରୁ ନୂତନ ଭାବରେ ପରିମଳ ବ୍ୟବସ୍ଥା ନେଇ ଠିକା ସଂସ୍ଥା ନିଯୁକ୍ତି ପରେ ଆବର୍ଜନାରେ ଭରି ରହିଥିବା ସହରକୁ ସଫାସୁତୁରା, କୋଭିଡ କେୟାର ସେଣ୍ଟରକୁ ଚଳନକ୍ଷମ କରିବା ଆଦି ନେଇ ନାଗରିକଙ୍କ ଦାବି ଉପସ୍ଥାପନ କରିଥିଲେ।

ଅନ୍ୟପକ୍ଷରେ ପ୍ରଶାସନ ଆଜି ମଧ୍ୟ ୫ ଦୋକାନ ସିଲ କରିଛି, ୧୫ ହଜାର ଟଙ୍କା ଜୋରିମାନା ଅସୁଲି ହୋଇଛି, ଏନେଇ ଲୋକେ ନିଜେ ନିଜକୁ କନ୍ଟେନମେନ୍ଟ କଲେ ଆମେ ଭଲ ଫଳ ପାଇବା ବୋଲି ଥାନା ଏସଆଇ ମନୋଜ ମୁଣ୍ଡା ନିଜ ମତ ରଖିଥିଲେ। ଡା. ଓମକାର ହୋତା କରୋନା କେବେ ଯିବ କେହି କହି ପାରିବେ ନାହିଁ। ତେଣୁ କରି ନିଜ ଦେହକୁ ନିଜେ ଯତ୍ନ କରିବା, ପ୍ରତ୍ୟେହ ବଜାରକୁ ଆସିବା ବଦଲରେ ଏକା ସାଙ୍ଗରେ ସପ୍ତାହର ସାମଗ୍ରୀ କିଣି ନେବା, ଔଷଧ ବଦଲରେ କାଡା ଏବଂ ଉପଯୁକ୍ତ ଖାଦ୍ୟ ଗ୍ରହଣ ସହ ନିଜ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। କୋଭିଡ ପରିଚାଲନା ନେଇ ଉ ପଜିଲାପାଳଙ୍କ କାର୍ୟ୍ୟାଳରେ ସଂଯୁକ୍ତ ଟ୍ରେନି ଓଏଏସ ଅଧିକାରୀ ଉପାଞ୍ଜଳି ମାଝୀ ପ୍ରଶାସନ ସର୍ବଦା ସହାୟତା ନେଇ ପ୍ରସ୍ତୁତ ଥିବା କହିଥିଲେ। ପୌର ସ୍ୱାସ୍ଥ୍ୟ ଅଧିକାରୀ ଡା. ଶିଶିର ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରି ମନୋଜ ବେହେରା ମଂଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବାର ସଭାପତି କୃଷ୍ଣଚନ୍ଦ୍ର ସାହୁ, ବରିଷ୍ଠ ବିଜେଡି ନେତା ଭବାନି ପ୍ରସାଦ ହୋତା, ନାଗରିକ କମିଟି ସାଧାରଣ ସମ୍ପାଦକ ମୋହନଲାଲ ଜୈନ, ସଂଗଠନ ସମ୍ପାଦକ ମନୋଜ ହାତି, ହରିଶ ରାୟଠଟ୍ଟା, ପଙ୍କଜ ପାଢୀ, ବାଲକିଷନ ଦୀପ, ଡମ୍ବରୁ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories