www.samajalive.in
Tuesday, December 9, 2025
15.1 C
Bhubaneswar

ଔଷଧ ପାଇଁ ବ୍ୟବହୃତ କଞ୍ଚାମାଲ ମୂଲ୍ୟ ବଢ଼ାଇଲା ଚୀନ : ଭାରତୀୟ ଔଷଧ ବଜାର ଉପରେ ପଡିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ :  ଆଗକୁ ମହଙ୍ଗା ହେବ ଔଷଧ ସାମଗ୍ରୀ। କାରଣ ଚାଇନା ଆପକୁ ଭାରତ ନିଷିଦ୍ଧ କରିବା ପରେ ଔଷଧ ତିଆରି ପାଇଁ ବ୍ୟବହୃତ ହେଉଥିବା ପ୍ରମୁଖ କଞ୍ଚାମାଲ ଦର ବୃଦ୍ଧି କରିଛି ଚୀନ। ଭାରତ ସହ ସୀମା ବିବାଦ ପରେ ଚାଇନା ଏବେ ଔଷଧ କ୍ଷେତ୍ରକୁ ଆୟୂଧ କରି ଭାରତ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଛି। ସମ୍ପ୍ରତି ଦେଶର ଔଷଧ ଶିଳ୍ପ କରୋନା ମହାମାରୀ ଯୋଗୁ ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଔଷଧ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ଦର ବଢ଼ିବା ଆଗକୁ ଶିଳ୍ପ ଆଗରେ ଏକ ବଡ ଆହ୍ବାନ ସୃଷ୍ଟି କରିପାରେ। ଏହାର ପ୍ରଭାବ ସ୍ବରୂପ ଭାରତୀୟ ବଜାରରେ ଔଷଧର ମୂଲ୍ୟ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଶିଳ୍ପ ସହ ଜଡିତ ବିଶେଷଞ୍ଜମାନେ ମତ ଦେଇଛନ୍ତି। ଭାରତ ଓ ଚୀନ ଭିତରେ ଚାଲିଥିବା ବିବାଦ ପାଇଁ ଭାରତୀୟ ବଜାରରେ ଔଷଧ ମହଙ୍ଗା ହେବାକୁ ଯାଉଛି। ତେବେ ଭାରତ ସରକାର ଯେତେ କଟକଣା ଚୀନ ପାଇଁ ଲଗାଇଲେ ବି ଚୀନ ଉପରେ ନିର୍ଭର ନ କରି ଏତେ ଶୀଘ୍ର ଭାରତ ଆତ୍ମନିର୍ଭରଶୀଳ ହୋଇପାରିବନାହିଁ। ଭାରତରେ ବହୁଗୁଡିଏ କମ୍ପାନୀ ଔଷଧ ତିଆରି କରୁଥିଲେ ବି ଔଷଧ ପ୍ରସ୍ତୁତିରେ ଆବଶ୍ୟକ ପଡୁଥିବା କଞ୍ଚାମାଲର ଏକ ବଡ ଭାଗ ଚୀନରୁ ଆମଦାନୀ କରାଯାଇଥାଏ।
ଏଭଳି ସ୍ଥଳେ ଭାରତୀୟ ବଜାରକୁ ଦୃଷ୍ଟିରେ ରଖି ଚୀନ ଏହି କଞ୍ଚାମାଲର ଦର ୧୦ ରୁ ୨୦ ପ୍ରତିଶତ ବୃଦ୍ଧି କରିଛି । ଯାହାର ସିଧା ସଳଖ ପ୍ରଭାବ ଭାରତୀୟ ଔଷଧ ବଜାର ଉପରେ ପଡିବାକୁ ଯାଉଛି। ଆଗାମୀ ୨ ମାସ ମଧ୍ୟରେ ଯେତେବେଳେ ଭାରତୀୟ ଔଷଧ ନିର୍ମାତା ସେମାନଙ୍କର କଞ୍ଚାମାଲ ଚୀନଠାରୁ କିଣିବେ ସେମାନଙ୍କୁ ଏଥିପାଇଁ ଉଚ୍ଚା ଦର ଦେବାକୁ ହେବ। ଫଳରେ ଭାରତୀୟ ବଜାରରେ ଔଷଧର ମୂଲ୍ୟ ସେହି ପରିମାଣରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories