www.samajalive.in
Friday, December 12, 2025
17.1 C
Bhubaneswar

କନ୍ଧମାଳରେ କୋଭିଡ଼୍‍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା ଓ ଶପଥପାଠ

ଫୁଲବାଣୀ: ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପ୍ରକାରେ ଆଜି କନ୍ଧମାଳ ଜିଲାରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏବଂ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥରରେ କୋଭିଡ଼୍‍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରାଯିବା ସହିତ ଯେଉଁମାନେ ଉକ୍ତ ପ୍ରାର୍ଥନାରେ ସାମିଲ୍‍ ଥିଲେ ସେମାନେ ମଧ୍ୟ ନିଜେ ନିଜେ ଶପଥ ପାଠ କରିଥିଲେ। ବିଶେଷ କରି କୋଭିଡ଼୍‍ ଯୋଦ୍ଧାମାନଙ୍କର ମାନବଜାତି ପାଇଁ ସର୍ବୋଚ ତ୍ୟାଗକୁ ପୁନଃ ସ୍ୱରଣ କରିବା ଓ ସମ୍ମାନ ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦଳମତ ନିର୍ବିଶେଷରେ ବହୁ ସଂଖ୍ୟରେ ଜିଲାରେ ଭାଗ ନେଇଥିଲେ।

ସେହିଭଳି ଆଜି ଫୁଲବାଣୀ ସଦର ମହକୁମା ଠାରେ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ କାଯ୍ୟାଳୟର ବଡ଼ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ମାନେ ନିରବ ପ୍ରାଥାନା କରିବା ସହିତ ଶପଥ ପାଠ କରିଥିବା ବେଳେ କନ୍ଧମାଳ ପୁଲିସ୍‍ ପକ୍ଷରୁ କୋର୍ଟ ଛକ ନିକଟରେ ଏସ୍‍.ପିଙ୍କ ସମେତ ଅନ୍ୟ ସମସ୍ତ ପୁଲିସ୍‍ ଅଧିକାରୀ ଓ କର୍ମଚାରୀ ଏବଂ ଜବାନ ମାନେ ସାମିଲ୍‍ ରହି ନିରବ ପ୍ରାର୍ଥନା ସହିତ ଶପଥପାଠ କରିଥିଲେ। ସେହିଭଳି ଫୁଲବାଣୀ ସହରର ବହୁ ଅନୁଷ୍ଠାନ ମାନଙ୍କ ପକ୍ଷରୁ ମଧ୍ୟ ଏହି କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିବାର ଦେଖାଯାଇଛି। ସେହିଭଳି ଅନେକ ନିଜ ଘରେ ମଧ୍ୟ ଶପଥପାଠ ନେବା ସହିତ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ଼୍‍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମଧ୍ୟ ଶପଥ ନେଇଥିଲେ। ସେହିଭଳି କୋଭିନ୍‍ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାଯ୍ୟକୁ ସମର୍ତନ ଦେବା ଓ ସେମାନଙ୍କ ତ୍ୟାଗ ସଂପର୍କରେ ମଧ୍ୟ ଅନେକ ଠାରେ ବକ୍ତାମାନେ ବକ୍ତ୍ୟବ ପ୍ରଦାନ କରିଥିଲେ।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories