www.samajalive.in
Friday, December 12, 2025
19.1 C
Bhubaneswar

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ ; ରାଉରକେଲାରେ ଉତ୍ସାହ ଓ ଭକ୍ତିମୟ ପରିବେଶ

ରାଉରକେଲା : ଅଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ କରିଛନ୍ତି। ଏହାକୁ ରାଉରକେଲା ସହରରେ ଉତ୍ସାହ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ରାଉରକେଲା ସହରର ବିଭିନ୍ନ ମନ୍ଦିରରେ ଆଜି ପୂଜାର୍ଚ୍ଚନା କରାଯାଇଥିଲା। ହନୁମାନ ବାଟିକା, ରେଳବାଇ ଷ୍ଟେସନ ନିକଟରେ ଥିବା ସଙ୍କଟ ମୋଚନ ମନ୍ଦିରରେ ପୂଜାର୍ଚ୍ଚନା, ଭଜନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ଶୋଭାଯାତ୍ରା ମାଧ୍ୟମରେ ରାମଧୂନ କରାଯାଇଥିଲା। ରାଉରକେଲା ବଜରଙ୍ଗଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଥିଲା। ମାଲଗୋଦାମ ଗେଟ୍‍ ଶିବ ମନ୍ଦିର, ପାନପୋଷ ବସ୍ତିରେ ଥିବା ରାମ ମନ୍ଦିର, ପାନପୋଷ ଛକ, ଲାଲ ବିଲଡିଙ୍ଗ ଛକ, ବିଶ୍ରାଛକ ହନୁମାନ ମନ୍ଦିର, ବସଷ୍ଟାଣ୍ଡ ନିକଟ ତ୍ରିନାଥ ମନ୍ଦିର, କୋଏଲନଗର ହନୁମାନ ମନ୍ଦିର ନିକଟରେ ରାମ,ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତି ରଖାଯାଇ ପୂଜାର୍ଚ୍ଚନା କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରଦ୍ଧାଳୁଙ୍କୁ ମିଠା ଓ କ୍ଷୀରି ବଂଟନ କରାଯାଇଥିଲା। ଅଯୋଧ୍ୟାରେ ଭୂମିପୂଜନ ସମୟରେ ଲାଲବିଲଡିଙ୍ଗ ନିକଟରେ ସୁନ୍ଦରକାଣ୍ଡ ପାଠ କରାଯାଇଥିଲା। ବସ୍ତିରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା। ସେହିପରି ସନ୍ଧ୍ୟା ସମୟରେ ଏହି ସବୁ ମନ୍ଦିରରେ ବ୍ୟାପକ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଆଲୋକମାଳାରେ ମନ୍ଦିରକୁ ସଜ୍ଜିତ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ବଜରଙ୍ଗଦଳର ପ୍ରାନ୍ତ ପ୍ରମୁଖ ରାଜୁ ସିଂ, ନୀଲ ପଲ, ରଜତ ବିଶ୍ୱକର୍ମାଙ୍କ ସମେତ ବଜରଙ୍ଗଦଳର କର୍ମୀ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ ବିଭିନ୍ନ ସ୍ଥାନରେ ବରିଷ୍ଠ ବିଜେପି ନେତା ଧୀରେନ ସେନାପତି, ନିହାର ରାୟ, ରମେଶ ଅଗ୍ରୱାଲ, ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ସେହିପରି ଇସ୍ପାତ ମାର୍କେଟ ବଣିକ ସଂଘ ପକ୍ଷରୁ ବ୍ୟବସାୟୀ ଓ ମାର୍କେଟକୁ ଆସୁଥିବା ଗ୍ରାହକଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା। ଦେଶପାଇଁ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ଇସ୍ପାତ ମାର୍କେଟ ବଣିକସଂଘ ପକ୍ଷରୁ କୁହାଯିବା ସହିତ ଏଥିରେ ଦେଶବାସୀଙ୍କ ଉତ୍ସାହ ସାମିଲ ହୋଇଛି ବୋଲି ମତବ୍ୟକ୍ତ କରାଯାଇଥିଲା। ସେହିପରି ସେକ୍ଟର-୭/୧୭ ଛକରେ ଆଜି ସନ୍ଧ୍ୟାରେ ଧୀରେନ ସେନାପତି, ଦୁର୍ଗା ତନ୍ତୀ, ସୁବ୍ରତ ପଟ୍ଟନାୟକ, ସୁଶାନ୍ତ ମହାପାତ୍ର, ଆଦିତ୍ୟ ତିୱାରୀ, ଅଶୋକ ଲେଙ୍କା, ଅଜୟ କଂସାରୀ, ରାଜେଶ ପ୍ରସାଦ, ମନୋରଂଜନ ମୁନି, ଅଶ୍ୱିନୀ ବେହେରା, ଦିପୁ କୁମାର ଦାସ, କାର୍ତିକ ରାୟ, ପ୍ରଶାନ୍ତ ତ୍ରିପାଠୀ, ଅଜୁ ଦଳାଇ, ମୋହିତ ମହାନ୍ତ, ଅଭିଜିତ ରଜାକ, ଦେବାଶୀଷ ଜେନା, ପପୁ ସୋନିଙ୍କ ସମେତ ବହୁ ସଂଖ୍ୟକ ବିଜେପି କର୍ମୀ ଓ କର୍ମକର୍ତା ଉପସ୍ଥିତ ରହି ଜୟଶ୍ରୀରାମ ଧ୍ୱନି ସହିତ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories