www.samajalive.in
Friday, December 12, 2025
19.1 C
Bhubaneswar

ମାଟିଆଭଟା ଗ୍ରାମର ମାନସୀକୁ ନେଇ ସବୁଠି ଚର୍ଚ୍ଚା

ଖପ୍ରାଖୋଲ : ଭୋକର ଭୂଗୋଳରେ ବଲାଙ୍ଗିର ଜିଲାର ଖପ୍ରାଖୋଲ ବ୍ଲକ ଅଂଚଳ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି। ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ପେଟପାଟଣା ପାଇଁ ଦାଦନ ଭାବରେ ପଡୋଶୀ ରାଜ୍ୟ ମାନଙ୍କୁ ଯାଇଥାନ୍ତି। ସେଠାରେ ଅନେକ ନିର୍ଯ୍ୟାତନାର ଶିକାର ହୋଇ ଫେରୁଥିବାବେଳେ କେହି କେହି ଶବ ହୋଇ ବି ଫେରିବାର ନଜିର ରହିଛି। ଆଉ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଦେଶାନ୍ତର ଯାଇ ଶ୍ରମିକଙ୍କ ଦୁଃଖ ଦ୍ୱିଗୁଣିତ ହୋଇଥିଲା। ବାହାର ରାଜ୍ୟରେ ଲକ୍‍ ଡାଉନ୍‍ ଯୋଗୁଁ ଶ୍ରମିକମାନେ ସତେ ଯେମିତି ନିଜ ଭିଟା ମାଟି ଫେରି ଯିବା ପାଇଁ ଅଣନିଶ୍ୱାସୀ ହୋଇଥିଲେ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାଦନ ଶ୍ରମିକ ମାନଙ୍କୁ ନିଜ ଘରକୁ ଫେରାଇବା ପାଇଁ ପ୍ରୟାସ କରିଥିଲେ ବି ଦାଦନଙ୍କ ଘର ବାହୁଡା ଦୁଃଖ କାହାଣୀ ସବୁଠି ଥିଲା।

ଏମିତି ଏକ ଦୁଃଖଭରା ଘର ବାହୁଡା କାହାଣୀ ଭିତରେ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ମଟିଆଭଟା ଗାଁର ମାନସୀ ବରିହା(୧୯)କୁ ନେଇ ଏବେ ସବୁଠି ଚର୍ଚ୍ଚା। ନିଜର ଉପସ୍ଥିତି ବୁଦ୍ଧି ଏବଂ ସାହାସ ଯୋଗୁଁ ତାମିଲନାଡୁର ଚେନ୍ନାଇ ନିକଟ କୁଡୁକୁପନ୍‍ ଜିଡିଏମ୍‍ ଇଟା କାରଖାନାରେ ୩୫୦ ଶ୍ରମିକ ନିର୍ଯ୍ୟାତନାର ଶିକାର ହେଉଥିବା ନେଇ ଗାଁକୁ ଫୋନ କରିଥିଲେ। ଯାହା ଫଳରେ ଖପ୍ରାଖୋଲ ପୁଲିସ୍‍ ଓ ବଲାଙ୍ଗିର ପ୍ରଶାସନ ଓ ଶ୍ରମ ବିଭାଗ ତାମିଲନାଡୁକୁ ଯୋଗାଯୋଗ କରି ସମସ୍ତ ନିର୍ଯ୍ୟାତିତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ନିର୍ଯ୍ୟାତନାର ଭିଡିଓ ମଧ୍ୟ ଲୁଚି ଉଠାଇ ଗାଁକୁ ପଠାଇଥିଲେ। ସୂଚନା ଅନୁସାରେ ଗତ ଜୁନ ମାସରେ ଇଟା ଭାଟିରେ କାମ କରୁଥିବା ଶ୍ରମିକମାନେ ନିଜ ଗାଁକୁ ଫେରିବାକୁ ଚାହୁଁଥିବାବେଳେ ଜୁନ ୧୫ ତାରିଖ ଇଟା ଭାଟି ମାଲିକ ଶ୍ରମିକ ମାନଙ୍କୁ ଜୋରଜବରଦସ୍ତ କାମ କରାଇବା ସହ ପ୍ରବଳ ମାଡ ମାରିଥିଲା। ଯାହାକୁ ନେଇ ଝିଅଟି ଗାଁର ସମ୍ପର୍କିର୍ୟ ସମାଜସେବୀ ପାଣ୍ଡବ ବରିହାଙ୍କୁ ଫୋନ କରି ଜଣାଇଲା ପରେ ପରିବାରର ସମ୍ପର୍କିୟ ଖପ୍ରାଖୋଲ ଥାନା , ପ୍ରଶାସନ ଓ ଶ୍ରମ ବିଭାଗକୁ ଜଣାଇଥିଲେ। ଏହାକୁ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରି ତାମିଲନାଡୁର ଶ୍ରମ ବିଭାଗ ଓ ପ୍ରଶାସନ ସହିତ ମିଶି ଜୁନ ୧୭ ତାରିଖ ପ୍ରଥମେ ନିର୍ଯ୍ୟାତିତ ୩୫୦ ଜଣଙ୍କୁ କୁଡୁକୁପନ୍‍ ରୁ ଉଦ୍ଧାର କରି ବସ୍‍ ଯୋଗେ ତିରୁଭେଲମ୍‍ ଟ୍ରେନ ଷ୍ଟେସନ୍‍ ଯାଏଁ ଛାଡିଲା ପରେ ସେଠାରୁ ଟ୍ରେନ ଯୋଗେ ବଲାଙ୍ଗିର ପଠାଇଥିଲା। ୨୧ ତାରିଖ ତାଙ୍କୁ ବସ୍‍ ଯୋଗେ ନିଜ ପଂଚାୟତ କରେନଟାଇନ୍‍ ସେଂଟରକୁ ନିଆଯାଇଥିଲା। ଏସବୁ ଉଦ୍ଧାର ଘଟଣାର ପଛରେ ମାନସୀର ସାହସିକତା କୁ ସମସ୍ତେ ପ୍ରଶଂସା କରିଛନ୍ତି। ମାନସୀ ଏବଂ ତାଙ୍କ ବାପା ଟିକନୁ ବରିହା (୫୫) ଏବଂ ଛୋଟ ଭଉଣୀ ଦହନା(୧୦) ତିନି ଜଣ ଯାକ ଗତ ଜାନୁୟାରୀ ମାସରେ ଇଟା ବୁହା କାମ ପାଇଁ ଦାଦନ ଭାବରେ କୁଡୁକୁପନ୍‍ କୁ ଦାଦନ ସର୍ଦ୍ଦାର ମାଧ୍ୟମରେ ଅଗ୍ରୀମ ଟଙ୍କା ନେଇ ଯାଇଥିଲେ। ଏବେ ଏ ନେଇ ଫେସବୁକ୍‍ ଯୋଗେ ଗାଁର କିଛି ଯୁବକ ମାନସୀର ସାହସିକତା ନେଇ ଲେଖିଲା ପରେ ଶ୍ରମ ବିଭାଗ ପହଂଚି ତଥ୍ୟ ସଂଗ୍ରହ କରିବା ସହ ମାନସୀ ଯୋଗୁଁ କେବଳ ୩୫୦ ନୁହଁନ୍ତି ବରଂ ଆଖପାଖର ୬ ହଜାର ଶ୍ରମିକ ଉଦ୍ଧାର ହୋଇଥିବା ଜଣାଯାଇଛି। ଏ ନେଇ ଗ୍ରାମୀଣ ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆଙ୍କୁ ପଚାରିବାରୁ ମାନସୀଙ୍କ ସାହସିକତାକୁ ଧନ୍ୟବାଦ ଦେବା ସହ ଜିଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶରେ ଏ ନେଇ ତଥ୍ୟ ସଂଗ୍ରହ କରାଯାଇଥିବା କହିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories