www.samajalive.in
Sunday, December 14, 2025
23.1 C
Bhubaneswar

ଋାଷ୍ଟ୍ରପତି କ୍ଷମତା ପାଇବାରେ କମଳା ହାରିସ ପ୍ରଥମ ମହିଳା

ୱାଶିଂଟନ: ଆମେରିକାର ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ କମଳା ହାରିସ ଦେଶର ରାଷ୍ଟ୍ରପତି କ୍ଷମତା ପ୍ରାପ୍ତ କରିବାରେ ପ୍ରଥମ ମହିଳା ହୋଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମୟାନ୍ତର କଲୋନୋସ୍କୋପି ନିମନ୍ତେ ନିଶ୍ଚେତକ ଚିକିତ୍ସା କରାଯିବା ସମୟରେ କମଳା ହାରିସଙ୍କୁ ଏହି କ୍ଷମତା ହସ୍ତାନ୍ତର କରାଯାଇଛି । ବାଇଡେନ ଏକ ଘଣ୍ଟା ୧୫ ମିନିଟ କାଳ ନିଶ୍ଚେତକ ଚିକିତ୍ସାରେ ରହିଥିଲେ । ଶୁକ୍ରବାର ଦିନ ବାଇଡେନଙ୍କର ସମୟାନ୍ତର କଲୋନୋସ୍କପି ନିମନ୍ତେ ଏକ ଘଣ୍ଟା ୨୫ ମିନିଟ ପାଇଁ ନିଶ୍ଚେତକ ଦିଆଯିବା ପୂର୍ବରୁ ସେ ଅସ୍ଥାୟୀ ଭାବରେ ରାଷ୍ଟ୍ରପତି ଦାୟିତ୍ୱ କମଳାଙ୍କୁ ହସ୍ତାନ୍ତର କରିଥିଲେ । ଏହାଫଳରେ କମଳା ହାରିସ ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସୀୟ ଉପରାଷ୍ଟ୍ରପତି ଭାବରେ ଆମେରିକାର ରାଷ୍ଟ୍ରପତି କ୍ଷମତା ହାସଲ କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ବାଇଡେନ ନିଶ୍ଚେତକ ଚିକିତ୍ସାରେ ରହିଥିବାବେଳେ ହାରିସ ୱେଷ୍ଟ ୱିଙ୍ଗ ଦପ୍ତରରେ ବସି କାର୍ଯ୍ୟ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଶନିବାର ବାଇଡେନ ୭୯ ବର୍ଷ ବୟସରେ ପଦାର୍ପଣକରିଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories