www.samajalive.in
Saturday, December 6, 2025
26.1 C
Bhubaneswar

କପିଳେଶ୍ୱର ଶିବ ମନ୍ଦିର ବେଢାରେ ନିମ୍ନମାନର କାର୍ଯ୍ୟ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡସୁଅଁଳୋ ପଞ୍ଚାୟତର ହଟୁଆରୀ ଗ୍ରାମ ନିକଟବର୍ତ୍ତୀ ରମିଆଳ ନଦୀ ଗର୍ଭରେ ଅବସ୍ଥିତ ସର୍ବ ପୁରାତନ ଶୈବପୀଠ କପିଳେଶ୍ୱର ମନ୍ଦିରର ଉନ୍ନତିକରଣ ଦାୟିତ୍ୱ ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ନ୍ୟସ୍ତ ହେବା ଦିନ ଠାରୁ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିବା ସମ୍ଭବ ହୋଇପାରୁନାହିଁ । ଫଳରେ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିଲା । ଦୀର୍ଘ ବର୍ଷ ଧରି ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ନ୍ୟସ୍ତ ଯୋଗୁଁ କୌଣସି କାର୍ଯ୍ୟ ହୋଇପାରୁନଥିବା ବେଳେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଜଗନ୍ନାଥପୁର ଗ୍ରାମର ବିଜେପି ଯୁବନେତା ଚନ୍ଦନ କୁମାର ବେହେରା ଦିଲ୍ଲୀ ଗସ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି କପିଳେଶ୍ୱର ଶିବ ମନ୍ଦିର ଉନ୍ନତି ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏହି ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡିଆନ ଅଏଲ କର୍ପୋରେସନ ଜରିଆରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ବରାଦ କରିବା ସକାଶେ ବ୍ୟବସ୍ଥା କରିଥିଲେ । ଏଥିରେ କପିଳେଶ୍ୱର ମନ୍ଦିରର ବେଢା, ମନ୍ଦିରକୁ ଭକ୍ତମାନେ ସବୁଦିନିଆ ଦର୍ଶନ କରିବା ସକାଶେ ଏକ ପୋଲ, ପରିସରରେ ଏକ ପାର୍କ, ବଙ୍ଗଳା ସହିତ ପାର୍ବତୀ ମନ୍ଦିରର ଉନ୍ନତିକରଣ ସକାଶେ ବ୍ୟବସ୍ଥା ହୋଇଥିଲା । ଏହି ବ୍ୟବସ୍ଥା କ୍ରମେ ଇଣ୍ଡିଆନ ଅଏଲ କମ୍ପାନୀ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଜିଲ୍ଲା ବାହାରରୁ ଜନୈକ ଠିକାଦାର କାର୍ଯ୍ୟ କରିବାକୁ ନିର୍ଦେଶ ପାଇଥିଲେ । କାର୍ଯ୍ୟ ନେବା ପରେ ଠିକାଦାର ଜଣକ ସଠିକ ଢଙ୍ଗରେ କାର୍ଯ୍ୟ କରୁ ନଥିବାର ଅଭିଯୋଗ ହୋଇ ଆସୁଥିଲା । ମନ୍ଦିରକୁ ଯିବା ପାଇଁ ନିର୍ମାଣ ହୋଇଥିବା ପୋଲ ପ୍ରାୟ ୩ ଫୁଟ ତଳେ ହୋଇଥିବାରୁ ନଦୀରେ ବର୍ଷା ଜଳ ପ୍ରବାହିତ ହେବା ବେଳେ ପୋଲ ଉପରେ ୨ ଫୁଟର ଜଳ ପ୍ରବାହିତ ହୋଇଥିଲା । ଫଳରେ ଭକ୍ତମାନେ ଦର୍ଶନ କରିବା ସମ୍ଭବ ହୋଇ ପାରିନଥିଲା । ମନ୍ଦିରର ବେଢା ନିମ୍ନ ମାନର ହୋଇଥିବାରୁ ବର୍ଷା ଜଳ ପ୍ରବାହିତ ଯୋଗୁଁ ବେଢା ଦବି ଯାଇଥିବାର ଅଭିଯୋଗ ହୋଇଛି । ଇଣ୍ଡିଆନ ଅଏଲ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସୁନଥିବାରୁ ଦାୟିତ୍ୱ ନେଇଥିବା ଠିକାଦାର ରାତିରେ ନିମ୍ନ ମାନର କାର୍ଯ୍ୟ କରୁଥିବାର ନେଇ ସ୍ଥାନୀୟ ସଚେତନ ନାଗରିକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ଅଞ୍ଚଳର ସଚେତନ ନାଗରିକ ମହଲରେ ଦୃଢ ଦାବି ହେଉଛି ।

ବାସ୍‌ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories