www.samajalive.in
Thursday, December 11, 2025
15.1 C
Bhubaneswar

ବିଦ୍ୟୁତ ବିଭାଗର ଖାମଖିଆଲି ନୀତି: ଉପୁଡି ପଡିଲା ବିଦ୍ୟୁତ ଖୁଣ୍ଟି, ଅନ୍ଧାରରେ ୯ଟି ଗାଁ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ମେଲକଯୁବା ଗାଁକୁ ଯିବା ରାସ୍ତାରେ ବିପଦ ସଙ୍କୁଳଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହିଥିଲା। ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ ଖୁଣ୍ଟକୁ ନେଇ ମେଲକଯୁବା ଗାଁ ଲୋକେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କରିଆସିଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଖାମଖିଆଲି ଓ ଦାୟିତ୍ୱହୀନତା ଯୋଗୁ ଆଜି ପ୍ରବଳ ବର୍ଷା ହେବାରୁ ସେହି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଲା। ଯାହା ଫଳରେ ଅନେକ ପଥଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବର୍ଷା ହେବା ଯୋଗୁଁ ସେହିସମୟରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ତାର ଛିଡି ନିକଟ କଲ୍ୟାଣି ନଦୀରେ ପଡି ରହିଥିଲେ ମଧ୍ୟ କୌଣସି କ୍ଷତି ହୋଇନଥିବା ଜଣାପଡିଛି।

ବିଦ୍ୟୁତ ଖୁଣ୍ଟ ପଡିଯିବାରୁ ମେଲକଯୁବା ଗାଁ ଲୋକ ଦେଖି ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପଡିଥିବା ତାରକୁ ବିଛିନ୍ନ କରିଥିଲେ। ବିଦ୍ୟୁତ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ଏକବର୍ଷ ହୋଇ ରହିଥିବାରୁ ମେଲକଯୁବା ଓ ନିୟମଗିରି ବାସୀ ବିଭାଗ ଅଧିକାରୀକୁ ବାରମ୍ବାର ଅଭିଯୋଗ କରିବା ସହ ଗାଁ ଲୋକେ ନୁତନ ବିଦ୍ୟୁତ ଖୁଣ୍ଟ ନେଇ ଗାତଖୋଳି ରଖି, ଖୁଣ୍ଟ ପୋତିବାପାଇଁ କହିଥିଲେ ମଧ୍ୟ ତାହା ନକରି ଚୁପ ରହିଥିଲେ। ଯାହାଫଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ବର୍ତ୍ତମାନ ସିଙ୍ଗାରି ପଞ୍ଚାୟତର ୩ଟି ମେଲକଯୁବା, କହଁରଗୁଡା, ନାରିଙ୍ଗତୋଳା ଓ ନିୟମଗିରି ପାହାଡର ପାର୍ସାଲି ପଞ୍ଚାୟତର ୬ଟି ଗାଁ ବଡ ବୁଡୁଣି, ତେନ୍ତୁଳିପଦର, ମେଲେନ୍ଦା, ଚାଟିକଣା, କୁର୍ସିମୁହିଁ, ତାଡ଼ମୁହିଁ ପ୍ରାୟ ୯ଟି ଗାଁ ଏବେ ଅନ୍ଧାରେ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories