www.samajalive.in
Monday, December 8, 2025
24.1 C
Bhubaneswar

ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ

କଲ୍ୟାଣସିଂ ହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ଅନ୍ତର୍ଗତ କନ୍ଧକାତିପାଡୁ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ୟ୍ୟାଳୟ ଗୃହ ନିର୍ମାଣ କରିବାକୁ ନେଇ କନ୍ଧ କାତିପାଡୁ ଓ ହୋମିଓଗୁଡା ଗାଁ ମଧ୍ୟରେ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳିଛି । କନ୍ଧକାତିପାଡୁ ପଞ୍ଚାୟତର ହୋମିୟଗୁଡା ଉଚ୍ଚ ବିଦ୍ୟାଳୟ ନିକଟରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ କରିବା ପାଇଁ ଜମି ସମତଳ କରାଯାଉଥିଲା ବେଳେ କନ୍ଧ କାତିପାଡୁ ନାମ ଅଛି ସେହି ଠାରେ କାର୍ୟ୍ୟାଳୟ ହେବା ର ଅଛି ବୋଲି ଦାବୀ ହେଉଛି। ସେହି ସମୟରେ ପଞ୍ଚାୟତର କନ୍ଧକାତିପାଡୁ, ପୋଙ୍ଗଲି, କର୍ଣ୍ଣପାଡୁ, କୁରର୍ତ୍ତେଲି ଗାଁରକିଛି ଲୋକ ମାନେ ହୋମିଓଗୁଡ଼ା କୁ ବିରୋଧ କରୁଥିବା ବେଳେ କେବଳ ହୋମିଓଗୁଡା ଠାରେ ପଞ୍ଚାୟତ ଗୃହ ନିର୍ମାଣ କରାଯାଉ ବୋଲି ହୋମିଓ ଗୁଡ଼ା ର ଲୋକ ମାନେ ଅଡିବସି ଗଣ୍ଡଗୋଳ ହେଉଥିଲେ ।ଉକ୍ତ ଖବର ସ୍ଥାନୀୟ ପୁଲିସ ପାଇ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରୁଥିବା ଲୋକଙ୍କୁ ବୁଝାସୁଝା କରି ଥିଲେ ।
ହୋମିଓଗୁଡ଼ା ପକ୍ଷରୁ ମୁକୁନ୍ଦ ହିମିରିକା, ଲୋକିନାଥ ହିମିରିକା, ଗୋପୀନାଥ ପ୍ରେପକା, ବାସିଆ ହିମିରିକା ଅନ୍ୟ କନ୍ଧ କାଟିପାଡୁ ପକ୍ଷରୁ ଗୋପ ହିମିରିକା, ବାରିକ ହିମିରିକା, ତାଉଡୁ ହିମିରିକା, ଜଗନ୍ନାଥ ହିମିରିକା, ପାରିୟା ହିମିରିକା ଙ୍କୁ ଥାନାକୁ ଆସିବା ପାଇଁ କଲ୍ୟାଣ ସିଂହପୁର ଥାନା ଏସ ଆଇ ଶିବ ପ୍ରସାଦ ସାହୁ କହିଥିଲେ । ପୁଲିସ କହିଲା ପରେ ହାମିଓଗୁଡ଼ା ଲୋକେ ଥାନାକୁ ଆସି ନିରାଶ ହୋଇ ଫେରି ଯାଇଛନ୍ତି ବୋଲି କହିଛନ୍ତି।

ସୁଦାମ ହିମିରିକା କହିଛନ୍ତି ତହସିଲଦାର ଓ ରାଜସ୍ବ ଅଧିକାରୀ ପରିଦର୍ଶନରେ ଆସି ଲୋକଙ୍କ ସୁବିଧା ପାଇଁ ରାସ୍ତା କଡରେ ଥିବା ହୋମିୟଗୁଡା ଠାରେ ଭୂମି ଚିହ୍ନଟ କରି ଦେଇଥିଲେ । ସେହିଠାରେ ଟ୍ରାକ୍ଟର ସାହାଯ୍ୟରେ ଭୂମି ସମତଳ କରୁଥିବା ବେଳେ ଅଶାନ୍ତି ପରିବେଶ ସୃଷ୍ଟି କରିଥିଲେ । ଅନ୍ୟ ପକ୍ଷରେ ସୋମନାଥ ହିମିରିକା କହୁଛନ୍ତି , ହୋମିୟଗୁଡା ବଦଳରେ କନ୍ଧକାତିପାଡୁ ଠାରେ ପଞ୍ଚାୟତ କାର୍ୟ୍ୟାଳୟ କରାଯାଉ । ସେହିଠାରେ ସରକାରୀ ଭୂମି ରହିଛି । ହୋମିୟଗୁଡା ଠାରେ ଯେଉଁ ଜାଗା ଚିହ୍ନଟ କରାଯାଇଛି ସେହିଟା ଗୋଚର ଜାଗା ,ସେହିଠାରେ କେମିତି ପଞ୍ଚାୟତ କାର୍ୟ୍ୟାଳୟ କରାଯିବ ତାହା ବନ୍ଦ କରାଯାଉ ବୋଲି କହୁଛନ୍ତି । ଏହି ସମ୍ପର୍କରେ ତହସିଲଦାର ଦେବାଶିଷ କରଙ୍କୁ ପଚାରିବାରୁ ସେ କହିଲେ କନ୍ଧକାତିପାଡୁ ଗାଁର ସରକାରୀ ଭୂମି ନାହିଁ, ଯେଉଁ ଠାରେ ସବୁ ଗାଁକୁ ସୁବିଧା ହେବା ପରି ରାସ୍ତା କଡରେ ଯଦି ଜମି ଅଛି ସେହିଠାରେ କାର୍ୟ୍ୟାଳୟ କରାଯାଉ ବୋଲି ସରକାର ପକ୍ଷରୁ କୁହାଯାଇଛି । ସେଥିପାଇ ହୋମିୟଗୁଡା ଠାରେ ବହୁତ ଗୋଚର ଜମି ଅଛି ,ତାହା ପଞ୍ଚାୟତ କାର୍ୟ୍ୟାଳୟ କରିବାକୁ ଦିଆଯାଇଛି ।କନ୍ଧକାତିପାଡୁ ମୌଜାରେ ହିଁ ଯାଉଛି ବୋଲି କହିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories