www.samajalive.in
Sunday, December 7, 2025
26.1 C
Bhubaneswar

୩୧୮ ଅଭିଯୋଗ ଶୁଣିଲେ ରାୟଗଡ଼ା ଜିଲାପାଳ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦ୍‌ଭାବନା ଗୃହଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଅଭିଯୋଗ ଶୁଣାଣିରେ ନୂତନ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ପାରୁଲ ପଟୱାରିଙ୍କ ଅଧ୍ୟକ୍ଷତାରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଜିଲା ଆରକ୍ଷୀ ଅଧିକ୍ଷକ ହରିସ ବିଶି, ଖଣ୍ଡିୟ ବନାଞ୍ଚଳ ଅଧିକାରୀ ସଚିନ ୱାଲେ ଆନ୍ନା ସାହେବ, ସିଡିଏମ ଲାଲମୋହନ ରାଉତରାୟ, ଡକ୍ଟର ସୗମ୍ୟରଞ୍ଜନ ଜେନା, ଜିଲା ଜରୁରୀକାଳୀନ ଅଧିକାରୀ ଚିନ୍ମୟ ମହାନନ୍ଦ, ଜିଲା ପରିଷଦ ମୁଖ୍ୟ ନିହାର ରଞ୍ଜନ କହଁର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୋଟ୍ ୩୧୮ଟି ଅଭିଯୋଗ ଶୁଣାଣି ହୋଇଥିଲା। ସେଥିରୁ ୨୮୦ଟି ବ୍ୟକ୍ତିଗତ ସମସ୍ୟା, ୨୩ ଗୋଷ୍ଠି ଭିତ୍ତିକ, ୧୩ଟି ଅନ୍ୟାନ୍ୟ ସମସ୍ୟା ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଅଭିଯୋଗ ରହିଛି। ଏଥିରେ ମୁଖ୍ୟତଃ ଆବାସ ଯୋଜନା ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବୁଡ଼ାଗୁଡା ପଞ୍ଚାୟତର ମୁରଲୀଧର ଗୌଡ଼ଙ୍କୁ ୧୦ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଶ୍ରୀମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବଡଦ୍ୱାର ସାହିକୁ ୨ଲକ୍ଷ ଟଙ୍କାର ଚେକ୍, ଭାତପରସି ଗ୍ରାମର ବିଶ୍ୱମା ସିତଲାମା ମହିଳା ସଙ୍ଗକୁ ୪ଲକ୍ଷ ଓ ମା’ ଶାରଳା ମହିଳା ସଂଘକୁ ୨ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଏହା ବ୍ୟତୀତ କଲ୍ୟାଣସିଂହପୁର ମଥୁରାନଗର ମା’ସରସ୍ବତୀ ମହିଳା ସଂଘକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି। ଦୁଇ ବର୍ଷ ହେବ କଲ୍ୟାଣସିଂହପୁରର ୪ଜଣ ମହିଳା ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ। ସେମାନେ ଘରକରି ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏଥିରେ ଜିଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ସମେତ ବିଡିଓ ମନୀଷା ଦାସ, ତହସିଲଦାର ମାନସ ରଞ୍ଜନ ମାନସେଠ, କୃଷି ଅଧିକାରୀ ସୁଜିତ କୁମାର ପାଢୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories