www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷା ଛାଡିବା ପରେ ଭାଙ୍ଗିଲା ଘରର କାନ୍ଥ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ବର୍ଷାରେ ଭିଜି ରହିଥିବା ୩ଟି ଘର କାନ୍ଥ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ବର୍ଷା ଛାଡିଯିବା ପରେ ଆଜି ପଞ୍ଚାୟତ ଦାଣ୍ଡିଆସାହିର ତ୍ରିନାଥ ବିବରଙ୍କ ଘରର ଇଟା କାନ୍ଥ ବର୍ଷାରେ ଭିଜି ରହି ଥିବାରୁ ତାହା ବାହାର ପାର୍ଶ୍ଵ ଆଡକୁ ପଡିଯାଇଛି । ସେହିପରି ୧୫ନମ୍ବର ୱାର୍ଡ ଘାଗୁଡିମାଲ ଗ୍ରାମର ନୂଆସରାଇ ଚୈତନ୍ୟ ଓ ନୂଆସରାଇ ନାଗେଶଙ୍କ ଘର ମଧ୍ୟ ବର୍ଷାରେ ଭିଜି ରହି କାନ୍ଥର ଇଟା ଗୁଡିକ ଛାଡି ଯାଇଛି। ତାହା କେତେ ବେଳେ ସମ୍ପୂର୍ଣ୍ଣ ଭୁଶୁଡି ପଡିବ କହିହେବ ନାହିଁ। ଅନ୍ୟ ଜଣଙ୍କ ଘରର କାନ୍ଥ ପଡିଯାଇଛି।

- Advertisement -

ଏହି ତିନୋଟି ପରିବାର ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଖବରପାଇ ସରପଞ୍ଚ ଗୌତମ ବାର୍ଲି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ପରେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ପଲିଥିନ ଯୋଗାଇ ଦେଇଛନ୍ତି। ରାଜସ୍ବ ନିରୀକ୍ଷକଙ୍କୁ ଅବଗତ କରାଇ ସେମାନଙ୍କର କ୍ଷୟକ୍ଷତିର ଆକଳନ କରି ସରକାରକୁ ପଠାଇଲେ, ଯାହା ଆସିବ ଏହି ପରିବାରକୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଗୌତମ କହିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories