www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀ ଶ୍ରୀ ବାବା ଗୋଖର ନାଥ, ଗ୍ରାମ୍ୟ ଦେବୀ, ବୀର ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କଳସ ଯାତ୍ରା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ଗୋଖର କୁଦା ଗ୍ରାମରେ ଶ୍ରୀ ଶ୍ରୀ ଗୋଖର ନାଥ ମହାଦେବ, ବୀର ହନୁମାନ, ଗ୍ରାମ୍ୟ ଦେବୀ ମା’ ପଦ୍ମାବତୀଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପାଇଁ ମଙ୍ଗଳବାର ଦିନ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରେ ପୂଜାଅର୍ଚ୍ଚନା ପରେ ସେଠାରୁ ମହିଳା ପୁରୁଷ ମାନେ ବାଦ୍ୟ, ବାଜଣା ବଜେଇ କଳସ ଯାତ୍ରା ଆରମ୍ଭ କରିଥିଲେ।
ଗଞ୍ଜାମ ସହର ପରିକ୍ରମା କରି ଶେଷରେ ଯଜ୍ଞସ୍ଥଳରେ ପହଂଚି ଥିଲେ। ବୁଧବାର ସକାଳୁ ଚବିଶି ପ୍ରହର ନାମଯଜ୍ଞ ଆରମ୍ଭ ସହ ଅନ୍ନ ଯଜ୍ଞ, ଘୃତ ଯଜ୍ଞ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଅଶୋକ ଶତପଥୀ, ପୁରୋହିତ ଶଶୀଭୁଷଣ ଶତପଥୀ ପ୍ରମୁଖଙ୍କ ତତ୍ତ୍ୱବଧାନରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହେଉଥିବା ଜଣାପଡିଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ଗୋଖର କୁଦା ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories