www.samajalive.in
Saturday, December 6, 2025
26.1 C
Bhubaneswar

୩୪୦ କେ.ଜି. ଓଜନର ଟ୍ରାନ୍ସଫର୍ମର ପିଠିରେ ଲଦି ପାହାଡ ଚଢୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଆପଣ ଅଧିକ ଓଜନ ଉଠାଇ ଲୋକଙ୍କୁ ବ୍ୟାୟାମ କରୁଥିବା ଦେଖିଥିବେ । କିନ୍ତୁ ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପତଳା ବ୍ୟକ୍ତି ୨୫ କିଲୋଓ୍ବାଟର ଏକ ଟ୍ରାନ୍ସଫର୍ମର ନିଜ ପିଠିରେ ଲଦି ପାହାଡ ଚଢୁଥିବା ନଜର ଆସୁଛନ୍ତି । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

- Advertisement -

ଭିଡିଓରେ ନଜର ଆସୁଛି କି ଜଣେ ବ୍ୟକ୍ତି ଏକ ଦଉଡି ସାହାଯ୍ୟରେ ୩୪୦ କେ.ଜି ଓଜନର ଟ୍ରାନ୍ସଫର୍ମର ନିଜ ପିଠିରେ ବାନ୍ଧିଛନ୍ତି । ସାମାଜିକ ଗଣମାଧ୍ୟମ ଏକ୍ସରେ ୨୫ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ତେବେ ଭିଡିଓଟି କେଉଁଠି ଏବଂ କେଉଁ ସମୟର ତାହା ଜଣାପଡିନି । ଭିଡିଓରେ ଲୋକମାନେ ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ କଥା ହେଉଛନ୍ତି । ଏହାକୁ ଦେଖି ଜଣାପଡୁଛି କି ଦୃଶ୍ୟଟି ଭାରତର କେଉଁଠି ପାହାଡିଆ ଅଞ୍ଚଳର । ତେବେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏଥିରେ ପ୍ରତିକ୍ରିୟା ରଖି ସେହି ବ୍ୟକ୍ତିଙ୍କ ପ୍ରଶଂସା କରୁଛନ୍ତି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories