www.samajalive.in
Sunday, December 14, 2025
16.1 C
Bhubaneswar

ଲୋକମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦଘାଟିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସୋମବାର ଚଇତି କଳା ଓ ସାଂସ୍କୃତିକ ଗଣପର୍ବ ଲୋକମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଐତିହାସିକ ଦେବଗିରି ଶୈବପୀଠର ଗଙ୍ଗାଜମୁନା ପବିତ୍ର କୁଣ୍ଡରୁ ୧୧ଟି କଳସରେ ସୁବାସିତ ଜଳ ସଂଗ୍ରହ କରିବା ସହ ନାଗାବଳୀ, କଲ୍ୟାଣୀ ଓ ଦେବଗିରି ନାଳ ସାଙ୍ଗମ ସ୍ଥଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଅସ୍ଥାୟୀ ମଣ୍ଡପରେ କଳସ ସ୍ଥାପନ କରିଥିଲେ । ଏହି ଶୋଭାଯାତ୍ରାରେ ନିୟମଗିରି ଡଙ୍ଗରିଆ ନୃତ୍ୟ, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ, ଘୁମୁରା ତାଳେ ତାଳେ ନୃତ୍ୟ କରି କଳସୀକୁ ପାଛୋଟି ଆଣି ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରିଥିଲେ । ଏହି ଲୋକମହୋତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲାପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବନମାଳୀ କାଡ୍ରାକା, ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, କନ୍ଧକୂଳ ସମାଜର ଉପ ସଭାପତି ଶଙ୍କର ହୁଈକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଲୋକ କଳା ମହୋତ୍ସବ ର ଜିଲା ଉପସଭାପତି ସନ୍ତୋଷ କୁମାର ବଚ୍ଚା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବ୍ଲକ ଉପାଧ୍ୟକ୍ଷ ଡମ୍ବୁରୁ କଞ୍ଜ।କା, ଉପଜିଲ୍ଲାପାଳ କଲ୍ୟାଣୀ ସଙ୍ଗମିତ୍ରା ଦେବୀ ସମେତ ୧୧ଟି ବ୍ଲକର ଜନପ୍ରତିନିଧି ସମ୍ମାନିତ ଅତିଥି ଭାବରେ ମଞ୍ଚସିନ ରହିଥିଲେ । ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ବିଭାଗର ପ୍ରାୟ ୧୮ଟି ଷ୍ଟଲ କରାଯାଇଛି ତାହାକୁ ଅତିଥୀଙ୍କ ଦ୍ୱାରା ଉଦଘାଟନ କରିଥିଲେ । କଲ୍ୟାଣସିଂହପୁର ମାଟିରୁ ୧୧ଟି ବ୍ଲକକୁ ସୁବାସିତ ଜଳ ନେଇ କଳା ଓ ସାଂସ୍କୃତିକ ଗଣପର୍ବ ଚଇତି ଲୋକମହୋତ୍ସବ ଓ ପଲ୍ଲୀଶ୍ରୀ ଅନୁଷ୍ଠିତ କରାଯିବ ବୋଲି ଜଣାପଡିଛି । ଏହାକୁ ବିଡିଓ ରାଜୀବ ଦାସ, ଜିଲା ଲୋକସମ୍ପର୍କ ସୂଚନା ଅଧିକାରୀ ବସନ୍ତ ପ୍ରଧାନ, ଡମ୍ବରୁଧର ପଣ୍ଡା ସମେତ ସମିତିର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ବ୍ଲକରେ ଲୁକ୍କାୟିତ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହାର ପ୍ରୟାସ ରହିଛି ବୋଲି ଅତିଥିମାନେ ମତ ଦେଇଥିଲେ । ଦେବଗିରି ମହାବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ ୨୦୨୩ର ଚଇତି ପୁସ୍ତିକା ଉନ୍ମୋଚିତ କରାଯିବା ପରେ ଚଇତି ରଥକୁ ମଧ୍ୟ ଉଦଘାଟନ କରିଥିଲେ । ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ବିଜୟ କୁମାର ନନ୍ଦ, ଏସଡିପିଓ ରଶ୍ମିରଞ୍ଜନ ସେନାପତି, ଦୁଇ ଜଣ ଥାନା ଅଧିକାରୀ ସୁମନ୍ତି ମହାନ୍ତି, ୪ଜଣ ଏଏସଆଇ ଦୁଇ ସେକ୍ସନ ପୁଲିସ ସମେତ ଥାନା କର୍ମଚାରୀ ମୁତୟନ ରହିଥିଲେ । ଶେଷରେ ବ୍ଲକରେ ଥିବା ଲୋକ କଳା ପରିବେଷଣ କରାଯାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories