www.samajalive.in
Sunday, December 14, 2025
26.1 C
Bhubaneswar

ଦାଦନ ଖଟିବାକୁ ଯାଇ ଭିକ୍ଷା ବୃତ୍ତି କରୁଛି ଡଙ୍ଗରିଆ ଯୁବକ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାର୍ଶ।ଲି ପଞ୍ଚାୟତର ଫାକେରୀ ଗ୍ରାମର ଶିତା ଶିକକା (ଶୁକ୍ରୁ) ଦାଦନ ଖଟିବାକୁ ଯାଇ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି । ସୁଚନା ଅନୁଯାୟୀ ଉକ୍ତ ଡଙ୍ଗରିଆ ଯୁବକ ପ୍ରାୟ ୧ ବର୍ଷ ହେବ କିଛି ସାଙ୍ଗମାନଙ୍କ ସହିତ ଦାଦନ ଖଟିବାକୁ କେରଳ ଯାଇଥିଲେ । କୌଣସି କାରଣରୁ ଏହି ଡଙ୍ଗରିଆ ଯୁବକ ଶିତାଙ୍କୁ କାମ ନ ମିଳିବାରୁ  ଆର୍ଣ୍ଣାକୁଲାମ ଅଞ୍ଚଳରେ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି । ରାୟଗଡା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଦେଖି ସନ୍ଦେହରେ ପଚାରିବାରୁ ସେ କଲ୍ୟାଣସିଂହପୁରର ଶୁକ୍ରୁ ବୋଲି ନାମ କହିଥିଲା ।  ଉକ୍ତ ଯୁବକଟି ନିୟମଗିରି ପାର୍ଶ।ଲି ପଞ୍ଚାୟତର ଫାକେରୀ ଗ୍ରାମର ଶିତା ଶିକକା (ଶୁକ୍ରୁ)ବୋଲି ଜଣାପଡିଛି । ଉକ୍ତ ବିଷୟ ନେଇ ଥାନା ଏସଆଇ ସଞ୍ଜୟ କୁମାର ମୁର୍ମୁଙ୍କୁ ପଚାରିବାରୁ ସେ କହିଲେ ପାର୍ଶ।ଲି ପଞ୍ଚାୟତର ସରପଞ୍ଚଙ୍କ ସହିତ ଆଲୋଚନା କରି ଉକ୍ତ ଯୁବକକୁ ଆଣିବା ବ୍ୟବସ୍ଥା କରାଯିବ କହିଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories