କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର କରଞ୍ଜା ଗ୍ରାମରେ ମହୁମାଛି ଆକ୍ରମଣରେ ଦୁଇ ଗୁରୁତର ଓ ୧୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ନେବାରୁ ଜଣାପଡିଲା ଯେ କରଞ୍ଜା ଗ୍ରାମର ହରିଜନ ସାହିରେ ଗତ ସୋମବାର ଦିନ ଘଣ୍ଟପର୍ବ ଅଣା ଯାଇଥିଲା । ଏହି ଘଣ୍ଟପର୍ବ ତିନିଦିନ ଧରି ପାଳନ କରା ଯାଇଥିବାରୁ ଆଜି ବୁଧୁବାର ଦିନ ଗ୍ରାମର ସମସ୍ତ ଲୋକ ଖୁସିର ସହ ଏହି ଘଣ୍ଟପର୍ବକୁ ବିସର୍ଜନ କରିବାକୁ ଯାଉଥିଲେ। ଗାଁ ନିକଟର ଗୋଟିଏ ଆମ୍ବଗଛରେ ମହୁମାଛି ଫେଣା ବାନ୍ଦି ରହିଥିଲା କୌଣସି କାରଣ ବଶତଃ ସେହି ଜାଗାରେ ମହୁମାଛି ଫେଣାରୁ ବାହାରି ଉକ୍ତ ଲୋକଙ୍କୁ ଆକ୍ରମଣ କରିବାରୁ ସମସ୍ତେ ପ୍ରାଣବିକଳେ ଧାଇଁଥିଲେ ଏଥି ମଧ୍ୟରୁ ପ୍ରାୟ ପନ୍ଦର ଜଣ ସୁବାଶ ଚାକିରି (୨୧), ରଷେଇ ମହନନ୍ଦିଆ ( ୨୦),ରମେଶ ଟାକିରି (୨୫),ଘାସିରାମ ମହାନ୍ଦିଆ (୪୫),ପ୍ରେମ କନ୍ଧପାଣି (୨୨), ସୁରଜ ମହାନ୍ଦିଆ (୩୫), ବିଚିନି କୌଶଲ୍ୟା (୫୦), ତନିଶ ମହାନନ୍ଦିଆ (୩), ବାସନ୍ତି ମହାନନ୍ଦିଆ (୩୪), ପୁର୍ଣ୍ଣ ଚନ୍ଦ୍ର ମହାନନ୍ଦିଆ (୩୪), ବଦ୍ରିନାଥ ବାଘ (୭), ସୁନୟନା ବାଘ (୩୫), ମାଣିକ ରାଓ କୌଶଲ୍ୟା (୫୫), ହରିଭତ୍ରା (୬୦) ଧୋବଣି କୌଶଲ୍ୟା (୬୫) ପ୍ରମୁଖ ପ୍ରାୟ ବହୁତ ଲୋକଙ୍କୁ ଆକ୍ରମଣ କରିବାରୁ କିଛି ଲୋକ ଅଚେତ ହୋଇ ପଡିଯାଇଥିଲେ । ଆକ୍ରମଣ କରିବାରୁ ମୁହଁ,ଆଖି ଫୁଲି ଯାଇଥିଲା । ଏହି ଖବର କିଛି ଲୋକ ଜାଣି ପାରି ସମସ୍ତଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ସମସ୍ତଙ୍କୁ ଡାକ୍ତର ଚିକିତ୍ସା କରି ସାଲାଇନ, ଇଞ୍ଜେକସନ ଦେଇ ଥିବାରୁ ବର୍ତ୍ତମାନ ତେର ଜଣ ସୁସ୍ଥ ରହିଥିବା ବେଳେ ଦୁଇ ଜଣ ଗୁରୁତର ରହିଛନ୍ତି। ଅଧିକ ଚିକିତ୍ସା ଚଲାଇଥିବା ଡାକ୍ତର ନିରମାଲ୍ୟ ଗିରି ସୂଚନା ଦେଇଛନ୍ତି ।
Popular Categories



