www.samajalive.in
Saturday, December 6, 2025
19.1 C
Bhubaneswar

ବିଜୁ ପକ୍କା ଘର କାମ ସରିଲା ପରେ ବି ଅନୁଦାନ ପାଇନାହାନ୍ତି ଭିନ୍ନକ୍ଷମ ପରିବାର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡ଼ା ଗ୍ରାମରେ ବସବାସ କରନ୍ତି ରେବତୀ ଵାଘ୍। ନିଜ ସ୍ବାମୀ ଓ ବୃଦ୍ଧା ଶାଶୁଙ୍କ ସହ ରେବତୀ ଜନ୍ମରୁ ଭିନ୍ନକ୍ଷମ ହୋଇଥିବାରୁ ଅନେକ ସଂଘର୍ଷ ପରେ ସରକାରଙ୍କ ତରଫରୁ ୨୦୧୮/ ୧୯ ବର୍ଷରେ ବିଜୁ ପକ୍କା ଘର ଟିଏ ପାଇଥିଲେ। ଧାର କରଜ କରି ଘର କାମ ସରିଲା ପରେ ମଧ୍ୟ ଶେଷ ବିଲ୍ ପାଇବା ପାଇଁ ନାକେଦମ୍ ହେବାକୁ ପଡ଼ୁଛି। ବାରମ୍ବାର ବ୍ଲକ ଅଫିସ ଯାଇ ବାବୁ ମାନଙ୍କୁ ଗୁହାରୀ କରିବା ପରେ ମଧ୍ୟ ଆଜି ଯାଏଁ ଶେଷ ବିଲ୍ ଟଙ୍କା ପାଇ ପାରୁନାହାନ୍ତି।

କଲ୍ୟାଣସିଂହପୁର ଠାରେ ହୋଇଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସମୟରେ ରେବତୀ ବାଘ ଜିଲ୍ଲାପାଳଙ୍କୁ ନିଜେ ଯାଇ ଭେଟିଲା ପରେ ଆଶ୍ୱାସନା ମିଳିଲା ତଥାପି ଯେମିତିକୁ ସେମିତି। ପୁଣି ଥରେ ରାୟଗଡ଼ା ଠାରେ ହୋଇଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଠାରେ ପହଞ୍ଚି ଗୁହାରୀ କରିଛନ୍ତି। ତେବେ ଘର କାମ ଶେଷ ହୋଇ ଚାରି ପାଞ୍ଚ ମାସ ବିତିଗଲା ପରେ ମଧ୍ୟ ଶେଷ ବିଲ୍ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି। କେବେ ବଳକା ଟଙ୍କା ମିଳିବ ତାହା ଦେଖିବାକୁ ରହିଲ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories