www.samajalive.in
Saturday, December 6, 2025
16.1 C
Bhubaneswar

ନିମ୍ନମାନର ଡ୍ରେନ ନିର୍ମାଣ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପୁର୍ତ୍ତବିଭାଗ ତରଫରୁ ନିର୍ମାଣ କରାଯାଉଥିବା ରାଜ୍ୟ ରାଜପଥ ସଡକର ଉଭୟ ପାର୍ଶ୍ୱ ର ଡ୍ରେନ ବା କେନାଲ ନିମ୍ନମାନର କରାଯାଉଛି ବୋଲି ଅଭିଯୋଗ ହୋଇଛି। ସିକରପାଇ ଠାରୁ କଲ୍ୟାଣସିଂ ହପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଜ୍ୟରାଜ ପଥ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିରେ ସଦର ମହକୁମାରେ ରାସ୍ତା ନିର୍ମାଣ କରିବା ସହ ରାସ୍ତାର ଉଭୟ ପାର୍ଶ୍ୱ ରେ କେନାଲ ନିର୍ମାଣ କରାଯାଉଛି । ତାହା ଅତି ନିମ୍ନମାନର ଓ ଅଙ୍କାବଙ୍କା, ଖାଲଡେପ କରି ନିର୍ମାଣ କରାଯାଉଛି । ଏହି କେନାଲରେ ବା ଡ୍ରେନରେ ଯିବା ଅପରିଷ୍କାର ପାଣି  କେଉଁ ସ୍ଥାନରେ ଜମି ରହିବ ତ କେଉଁ ସ୍ଥାନର ପାଣି କେଉଁ ଆଡେ ଗତିକରିବ ତାହା ନେଇ ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଚାଲିଛି । କିଛିଦିନ ହେବ ସ୍ଥାନୀୟ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା କେନାଲ ବା ଡ୍ରେନ ତାହା ଫାଟ ସୃଷ୍ଟି ହୋଇ ଆଁ କରି ରହିଛି  । ଏଭଳି ଭାବରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ।ସଠିକ ଭାବରେ ପାଣି ପକାଯାଉନଥିବା ଯୋଗୁଁ ଏଭଳି ସୃଷ୍ଟି ହେଉଛି । ରାସ୍ତା ନିର୍ମାଣ କରିବା ସମୟରେ ଛୋଟ ବଡ ଯାନବାହାନ ଚଳା ଚଳ ହେଉଥିବା ସମୟରେ ପ୍ରବଳ ଧୂଳି ଉଡି ଉଡୁଥିବାରୁ ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଅସୁବିଧା ହେବା ସହ ହୃଦଘାତ ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି । ଏହିଠାରେ ମଧ୍ୟ ପାଣି ପକା ଯାଉନାହିଁ ।ଯାହା ଫଳରେ ଏପରି ସମସ୍ୟା ଦେଖା ଦେଇଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories