www.samajalive.in
Tuesday, December 9, 2025
15.1 C
Bhubaneswar

ସୀମା ଟପିଲା ବର୍ବରତା ; ସ୍ୱାମୀଙ୍କ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ତ୍ରୀ

ଡେରାଡୁନ : ପିଥୋରାଗଡର ଝୁଲାଘାଟରେ ଏକ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜଣେ ମହିଳା ବର୍ବରତାର ସମସ୍ତ ସୀମାକୁ ଅତିକ୍ରମ କରିଥିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ତାଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଥିଲେ। ଥାନାରେ ଏହି ଦୃଶ୍ୟ ଦେଖି ସଭିଁଏଁ ସ୍ତବ୍ଧ ହୋଇଯିବା ସହ ପୁଲିସ ପ୍ରଥମେ ମୃତଦେହକୁ ଜବତ କରିଥିଲା। ମହିଳାଙ୍କ ଆଖିରେ ପଶ୍ଚତାପ ଆଦୌ ନଥିଲା। ସେ ଥାନାରେ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପୁଲିସ ସମ୍ମୁଖରେ କହିଥିଲେ।
ସୂଚନାନୁଯାୟୀ, ଜଣେ ମହିଳା ହାତରେ ଜଣେ ବ୍ୟକ୍ତିଙ୍କ କଟାମୁଣ୍ଡ ଧରି ଝୁଲଘାଟ ପୁଲିସ ଥାନାରେ ପହଞ୍ଚିଥିଲେ। ଏହାପରେ ମହିଳା ଜଣକ ପୁଲିସ ନିକଟରେ ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଥିଲେ। ଆତ୍ମସମର୍ପଣ କରିବାକୁ ଚାହାଁନ୍ତି ବୋଲି କହିଥିଲେ। ଏହାପରେ ପୁଲିସ ଏହି ଅପରାଧ କରିବାର କାରଣ ପଚାରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ କହିବାନୁଯାୟୀ, ପରସ୍ପର ମଧ୍ୟରେ ବିବାଦ କାରଣରୁ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ବୋଲି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories