www.samajalive.in
Monday, December 8, 2025
24.1 C
Bhubaneswar

କନ୍ଧମାଳରେ ପାଳିତ ହେଲା ପାରମ୍ପରିକ ଡାଲଖାଇ ପର୍ବ, ଅଁଳା ଗଛକୁ ପୂଜାର୍ଚ୍ଚନା କଲେ ସଧବା

ଫୁଲବାଣୀ : ସଧାରଣତଃ ଡାଲଖାଇ ପର୍ବ ପଶ୍ଚିମ ଓଡିଶାରେ ଦଶହରା ଦୁର୍ଗାପୂଜା ଅଷ୍ଟମୀରେ ପାଳିତ ହୋଇ ଆସୁଥିବା ବେଳେ କନ୍ଧମାଳ ଜିଲାରେ ମାର୍ଗଶିର ମାସ ଶେଷ ଗୁରୁବାର ଏହି ପାରମ୍ପରିକ ପର୍ବ ପାଳିତ ହେଉଛି। ଏଥର କରେନା କଟକଣା ମଧ୍ୟରେ କୋଭିଡ୍‌ ନିୟମ ମାନି ମାର୍ଗଶୀର ମାସ ଶେଷ ଗୁରୁବାରରେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପାରମ୍ପରିକ ଡ଼ାଲଖାଇ ପର୍ବ। ଡାଲ୍‌ଖାଇ ଗୀତ ଗାଇ ଗ୍ରାମ ପରିକ୍ରମ କରିବା ପରେ ପାରମ୍ପରିକ ରୀତିନୀତିରେ ଅଁଳା ଗଛକୁ ମନସ୍କାମନା ପୂରଣ ପାଇଁ ପୂଜାର୍ଚ୍ଚନା କରିଥିଲେ।

 

- Advertisement -

ଫିରିଙ୍ଗିଆ ବ୍ଲକ ବନ୍ଧଗଡ ଠାରେ ଏହି ଡ଼ାଲଖାଇ ପର୍ବ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି। ଏହି ପର୍ବ କନ୍ଧମାଳ ଜିଲାର ବନ୍ଧଗଡ ଠାରେ ରାଜା ରାଜୁଡା ଶାସନ ଥିବା ଅମଳରୁ ଚାଲିଆସୁଛି। ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ଶେଷ ଗୁରୁବାର ଦିନ ଫିରିଙ୍ଗିଆ ବ୍ଲକ ବନ୍ଧଗଡ ଠାରେ ଥିବା ମାତା ଖମ୍ବେଶ୍ୱରୀଙ୍କ ପୂଜା ଅନୁଷ୍ଠିତ ହେଉଛି। ଏହି ଅବସରରେ ପାରମ୍ପରିକ ରୀତିନୀତିରେ ଡାଲଖାଇ ପର୍ବ ପାଳିତ ହୋଇଥିଲା। ବନ୍ଧଗଡ ଗାଁର ସମସ୍ତ ସଧବାମାନେ ଗାଁ ପଖରେ ଥିବା ରାଣୀପିଣ୍ଡା ନାମକ ଏକ ପାହାଡ ତଳକୁ ଯାଇଥିଲେ। ସେଠାରେ ଥିବା ଏକ ଅଁଳା ଗଛକୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ।
ବନ୍ଧଗଡ଼ ଗ୍ରାମବାସୀଙ୍କ କହିବା ଅନୁସାରେ ରାଜା ରାଜୁଡା ଶାସନ କାଳରୁ ଏହି ପରମ୍ପରା ଚାଲିଆସୁଛି। ବୌଦ୍ଧର ତତକାଳିନ ରାଜା ତାଙ୍କ ରାଣୀଙ୍କ ସହ ଗଡ ଦଖଲ କରିବାକୁ ଆସିଥିଲେ। ବନ୍ଧଗଡ ଗାଁ ପାଖ ପୂର୍ବଦିଗରେ ଥିବା ପହାଡରେ ରାଜା ବିଶ୍ରାମ ନେଇଥିଲେ। ପଶ୍ଚିମ ଦିଗରେ ଥିବା ପହାଡରେ ରାଣୀ ବିଶ୍ରାମ ନେଇଥିଲେ। ତେବେ ରାଜା ବିଶ୍ରାମ ନେଇଥିବା ପହାଡର ନାମ ରାଜାପିଣ୍ଡା ବୋଲି କୁହାଯାଉଥିବା ବେଳେ ରାଣୀ ବିଶ୍ରାମ ନେଇଥିବା ପହାଡର ନା ରାଣୀପିଣ୍ଡା ପାହାଡ ବୋଲି କୁହାଯାଏ।
ଅପରପକ୍ଷରେ ନିଜର ମାନସିକ ପୂରଣ ପାଇଁ ରାଣୀ ଏହି ପାହାଡରେ ଥିବା ଏକ ଅଁଳା ଗଛକୁ ପୂଜାର୍ଚ୍ଚନା କରିଥିଲେ ଓ ତାଙ୍କର ମନସ୍କାମନା ପୂରଣ ହୋଇଥିଲା ବୋଲି ଲୋକଙ୍କ ବିଶ୍ୱାସ ରହିଛି। ସେହିଦିନ ଠାରୁ ବନ୍ଧଗଡ ଅଞ୍ଚଳର ସଧବା ମହିଳା ମାନେ ଏହି ରାଣୀପିଣ୍ଡା ପାହାଡରେ ଥିବା ଅଁଳା ଗଛକୁ ପୂଜା କରି ଅସୁଛନ୍ତି। ପାରମ୍ପାରିକ ବାଜାବାଦ୍ୟ, ଘଣ୍ଟଘଣ୍ଟା ଓ ଶଙ୍ଖ ବଜାଇ ଡାଲଖାଇ ଗୀତ ଗାଇ ଗ୍ରାମପରିକ୍ରମା କରିଥାନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories