ବୁଗୁଡ଼ା: ସଂପ୍ରତି ପ୍ରକାଶିତ ଗଞ୍ଜାମର ବେଷ୍ଟ ସ୍କୁଲ-୨୦୨୦ ତାଲିକାରେ ବୁଗୁଡ଼ାର ୪ଟି ସ୍କୁଲ ରହିଥିବା ଜଣାଯାଇଛି । ସେଥିରେ ଗଞ୍ଜାମର ୮୫ଟି ବେଷ୍ଟ ସ୍କୁଲ ମଧ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମସ୍ଥ ଶାଙ୍କୁଳାଈ ବିଦ୍ୟାପୀଠ, ବିରଞ୍ଚିପୁର ଗ୍ରାମର ଶ୍ରୀ ରାଧାକୃଷ୍ଣ ହାଇସ୍କୁଲ ଏବଂ ଖୋଳଖାଳିର ବାଙ୍କେଶ୍ଵରୀ ବିଦ୍ୟାପୀଠର ନାମ ରହିଥିଲା ବେଳେ ଏନଏସି ଅନ୍ତର୍ଗତ ବୀରଧନଞ୍ଜୟପୁରସ୍ଥିତ ବୁଦ୍ଧଗିରି ବିଦ୍ୟାପୀଠର ନାମ ସ୍ଥାନ ପାଇଛି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳକୁ ଆଧାର କରି ଉକ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ବୁଗୁଡାର ଉକ୍ତ ୪ଟି ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଥିବା ଜଣାଯାଇଛି ।
Popular Categories



