ନୂଆଁଖାଇ ଜିଲ୍ଲାର ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା
ବୌଦ୍ଧ : ନୂଆଁଖାଇ ଅବସରରେ ଓଡ଼ିଶାର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୮୧ ହଜାର ଭୂମିହୀନ କୃଷକ ପରିବାରକୁ ମୁଖ୍ୟମନ୍ତ୍ରୀ ୮୬୯ କୋଟି ଟଙ୍କା କାଳିଆ ସହାୟତା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ଚାଷୀ ବୀରେନ୍ଦ୍ର ସାହୁ, ବିଶ୍ୱାମିତ୍ର କଁଅର, ଚୈତନ୍ୟ ପ୍ରଧାନ, କଣ୍ଟୁଆଣି, ବିପ୍ପଣି କଳତା, ମାଳତୀ ଡାଙ୍ଗ, ବଡ଼ ସୁବଳୟାଙ୍କ ସମେତ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଏପିଡ଼ି ପ୍ରତାପ ଚନ୍ଦ୍ର ପ୍ରଧାନ, ଏଡ଼ିଏଚ (ଉଦ୍ୟାନ ବିଭାଗ ) ଯୋଗେନ୍ଦ୍ର ମହାପାତ୍ର, ପିଡ଼ି ଜଳଛାୟା ପ୍ରକଳ୍ପ ପ୍ରଦୀପ୍ତ କୁମାର ମହାନ୍ତି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିୟାର ସିଂହ, ଏଏଓ ହରଭଙ୍ଗା ସବ୍ୟସାଚି ଦାସ, କୃଷି ଅଧୀଦର୍ଶକ ଶେଷଦେବ ସାମଲ, ଗ୍ରାମ କୃଷି କର୍ମଚାରୀ ବୀଣାପାଣି ସାହୁ, ସିଡ଼ିଏଓ ହରିହର ବାରିକ, ଓସ୍ୱାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ। କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଜି ନୂଆଁଖାଇ ଅବସରରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଜିଲ୍ଲାର ଚାଷୀମାନଙ୍କ ଖାତାକୁ ଆର୍ଥିକ ସହାୟତା ଆସିଥିବା ଜଣା ପହିଛି । ଚାଷୀମାନେ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
Comments are closed.