କଳାପଥର (ବାଙ୍କୀ ): ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଗ୍ରାମର ମଝିସାହି ପୋଖରୀ ରାସ୍ତାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଯୁବକଙ୍କ ନାମ ରବିନ୍ଦ୍ର କୁମାର ସ୍ୱାଇଁ। ଗତ ରାତ୍ରିରେ ନିଜ ଅଟୋକୁ ଭଡାରେ ଖୋର୍ଦ୍ଧା ଅଭିମୁଖେ ଯାଇଥିଲେ। ରାତ୍ରି ୧୦ଘଣ୍ଟିଆ ପର୍ଯ୍ୟନ୍ତ ଫୋନରେ ଯୋଗାଯୋଗ ଥିବା ସ୍ତ୍ରୀ ଜଣାଇଛନ୍ତି। ବିଳମ୍ବିତ ରାତ୍ରି ହେଲେ ମଧ୍ୟ ସ୍ୱାମୀ ଘରକୁ ନଆସିବା ପରିବାର ମଧ୍ୟ୍ୟରେ ଆଶଙ୍କା ଉପୁଜିଥିଲା।
ଆଜି ସକାଳେ ଗ୍ରାମର କିଛି ବ୍ୟକ୍ତି ପୋଖରୀକୁ ଗଲାବେଳେ ଅଟୋ ଚାଳକ ରବିନ୍ଦ୍ର ର ତେନ୍ତୁଳି ଗଛରେ ବେକରେ ଗାମୁଛାବାନ୍ଧି ଝୁଲିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ବାଙ୍କୀ ଥାନା ପୁଲିସ ସହ ଶାଏଣ୍ଟଫିକ ଟିମ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇ ହସ୍ପିଟାଲ କୁ ପଠାଇଛି। ମୃତ ଯୁବକ ରବିନ୍ଦ୍ର କୁମାର ସ୍ୱାଇଁ ।
ରବୀନ୍ଦ୍ର ବେକରେ ତାର ଦାଗ ଦେଖି ପୁଲିସ ସନ୍ଦେହ କରୁଛି। ଆତ୍ମହତ୍ୟା ର ପ୍ରକୃତ କାରଣ ଜଣା ପଡ଼ିନଥିବାବେଳେ ଶଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଶଵ ବ୍ୟବଛେଦ ରିପୋର୍ଟ ସପ୍ତାହ ଭିତରେ ଆସିଲେ ଜଣା ପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି.ସ୍ତ୍ରୀ ରଶ୍ମିତା ସ୍ୱାଇ ତାଙ୍କ ସ୍ୱାମୀ ରବୀନ୍ଦ୍ର ସ୍ୱାଇଁକୁ ଶଡ଼ଯନ୍ତ କରି ହତ୍ୟା କରି ଆତ୍ମହତ୍ୟା ରୂପରେଖ ଦେଇଥିବା ଏତଲା ଦେଇଛନ୍ତି. ଏ ସଂକ୍ରାନ୍ତରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।



