www.samajalive.in
Tuesday, December 9, 2025
23.1 C
Bhubaneswar

ପୋଖରୀରେ ବୁଡ଼ି ପ୍ରଥମ ଶ୍ରେଣୀ ଛାତ୍ର ମୃତ

କଳାପଥର(ବାଙ୍କୀ): ବୈଦେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତ ବଡ଼ସାହି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଭାବଗ୍ରାହୀ ବେହେରାଙ୍କ ପୁଅ ହିତେଶ ବେହେରା(୭) ମଙ୍ଗଳବାର ସକାଳେ ସ୍ଥାନୀୟ ବୀର ପୋଖରୀରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ହିତେଶ ଘରେ ଖେଳୁଥିବା ବେଳେ ତାଙ୍କର ମାଆ ଶାନ୍ତି ବେହେରା ଘରେ ସିଲେଇ କରୁଥିଲେ। କିନ୍ତୁ ପୁଅ ଖେଳିବାକୁ କୁଆଡେ ଚାଲି ଯାଇଛି ଭାବି କିଛି ସମୟ ପରେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ପୁଅକୁ ନ ପାଇବାରୁ ସନ୍ଦେହ କରି ଚାରିଆଡେ ଖୋଜା ଖୋଜି କରିବା ସହ ଘର ସାମ୍ନାରେ ଥିବା ଏକ ପୁରାତନ ପୋଖରୀରେ ଖୋଜାଖୋଜି କରିବାରୁ ନିଖୋଜ ହିତେଶଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ କଳାପଥର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ହିତେଶ ସ୍ଥାନୀୟ ଜଗନ୍ନାଥପୁର ୟୁପି ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲେ। ଏହି ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories