ବୈଦେଶ୍ୱର୍ ପୁଲିସକୁ ମିଳିଛି ବଡ଼ ସଫଳତା: ବଳଭଦ୍ରପୁର ରାଧାକାନ୍ତ ଦେବ ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାର, ମୂର୍ତ୍ତି ଉଦ୍ଧାର, ୨ ଗିରଫ

କଳାପଥର (ବାଙ୍କୀ) : ଗତ କିଛି ଦିନ ଧରି କଟକ ଜିଲ୍ଲାର ବୈଦେଶ୍ୱର୍ ଥାନା ଅଞ୍ଚଳ ରେ ଗ୍ରାମରେ ରହୁ ନ ଥିବା ଲୋକଙ୍କ ଘର୍ ର ତାଲା ଭାଙ୍ଗି ଚୋରି, ହୋଇଥିବାର ଅଭିଯୋଗ ହୋଇଥିଲା ଚୋର ଗ୍ୟାଙ୍ଗ ମାନେ ମନ୍ଦିର ଉପରେ ଆଖି ପକାଇ  ବିଭିନ୍ନ ଗ୍ରାମ ର ମନ୍ଦିର ରୁ ରୁପା, ସୁନା ଅଳଙ୍କାର ଓ ଠାକୁର ଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଗୋଟିଏ ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ହୋଇଥିଲା। ବିଶେଷ କରି ପତନୀ ଛକ, ବୈଦେଶ୍ୱର୍, ଛକ ବଲଭଦ୍ରପୁର,ଜଗନ୍ନାଥପୁର, କେନ୍ଦୂପଲ୍ଲି, କଳାପଥର ଗୋଲେଇ ଛକ ଅଞ୍ଚଳ ରେ ଚୋର ମାନେ ଲୋକ ଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ। ବର୍ତ୍ତମାନ ବୈଦେଶ୍ୱର୍ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ଯୋଗ ଦେବା ଦିନ ଠାରୁ ଚୋର ଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ।
ଚୋର ଗ୍ୟାଙ୍ଗ ର ସଦସ୍ୟ ମାନେ ଚୋରୀ ସାମଗ୍ରୀ କେଉଁଠି ବିକ୍ରି କରିଦେଉଛନ୍ତି ତ୍ କେଉଁଠି ବନ୍ଧକ ରଖି ଟଙ୍କା ଆଣି ଖର୍ଚ୍ଚ କରିଥିବାର ସୁରାକ ପାଇବା ପରେ ପୋଲିସ ମୁଖ୍ୟ ଦୁଇ ଜଣ ଅଳସୁଆ ଗ୍ରାମର ସମୀର ନାୟକ ଓ ପୁଇଁଚା ଗ୍ରାମ ପଞ୍ଚାୟତର ଗହିରଗାଡିଆ ଗ୍ରାମର ସୁମନ ସ୍ବାଇଁ ଓରଫ ନଣ୍ଡା  ଙ୍କୁ ପୋଲିସ ଧରି ଆଣି ଥାନାରେ ପଚରା ଉଚରା କରିବା ପରେ ଏହି ଦୁଇ ଜଣ ଯାକ ଚୋର ଚୋରି ସମ୍ପର୍କ ରେ ସମସ୍ତ ତଥ୍ୟ ପୋଲିସ ଆଗରେ ସୂଚନା ଦେଇଥିଲେ।
ଚୋରି ସାମଗ୍ରୀ ଆଣି କେଉଁଠି ରଖନ୍ତି କାହାକୁ କାହାକୁ ବିକ୍ରି କରିଦେଇଛନ୍ତି ତାହାର ତଦନ୍ତ କରି ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ବଳଭଦ୍ରପୁର୍ ଗ୍ରାମର ଠାକୁର ରାଧାକାନ୍ତ ଦେବ ଙ୍କ ମନ୍ଦିର ରୁ ଚୋରି ହୋଇଥିବା ରୁପାର ଦୁଇଟି ହାର ଉଦ୍ଧାର ହୋଇଛି।ଅବଶିଷ୍ଟ ରାଧାଙ୍କର କିରଟି ସହ ବାହୁଟି ଏବଂ ମାଳ ଯଥା ଶୀଘ୍ର ସନ୍ଧାନ କରି ଫେରେଇ ଦେବାକୁ ପ୍ରତିଶୃତି ଦେଇଛନ୍ତି. ଅନେକ ଙ୍କ ଘରୁ ଟିଭି, ଫ୍ରିଜ୍,ପାଣି ପମ୍ପ, କୁଲର୍ କଂସା ବାସନ,ଭଳି ବହୁ ଘର୍ କରଣା ସାମଗ୍ରୀ ଜବତ କରିବା ପରେ ଚୋରି ହୋଇଥିବା ବ୍ୟକ୍ତି ଙ୍କୁ ହସ୍ତାନ୍ତର କରିଛନ୍ତି ପୋଲିସ୍, ଠାକୁର ଙ୍କ ରୂପା ଅଳଙ୍କାର ବଳଭଦ୍ରପୂର୍ ମନ୍ଦିର ର ପରିଚାଳନା କମିଟି ସଦସ୍ୟ ଙ୍କୁ ପୋଲିସ ହସ୍ତାନ୍ତର କରିଛନ୍ତି।
ଅନେକ ମୂର୍ତ୍ତୀ ମହାନଦୀ ରେ ଫିଙ୍ଗି ଦେଇଥିବା ର ସୂଚନା ଦେଇଛନ୍ତି ଚୋର। ସବୁ ଚୋରୀ ସାମଗ୍ରୀ ନିକଟସ୍ଥ ଅଳସୁଆ ପାହାଡ ର ଉପରି ଭାଗରେ ଏକ ପଥର ଖୋଲ ମଧ୍ୟରେ ରଖିଥିବାରୁ ପାହାଡ ଚଢ଼ି ସ୍ଵତନ୍ତ୍ର ଟିମ କରି ସେଠାରୁ ସମସ୍ତ ସାମଗ୍ରୀ ଉଦ୍ଧାର କରି ଦୁଇ ଜଣ ଯାକଚୋର ଙ୍କୁ କୋର୍ଟ ଚାଲାଣ ପରେ ଜେଲ ହାଜତ କୁ ପଠାଇ ଦିଆ ଯାଇଥିବାର ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ସୂଚନା ଦେଇଛନ୍ତି ଏବେ ଥାନା ଅଞ୍ଚଳ ରେ ଚୋରୀ ବନ୍ଦ ରହିଛି। ରାତ୍ରୀରେ ବୈଦେଶ୍ୱର୍ ଥାନା ପକ୍ଷରୁ  ପାଟ୍ରୋଲିଂ କରାଯିବାକୁ ସଧାରଣ ରେ ଦାବି ହେଉଛି।

Comments are closed.