www.samajalive.in
Friday, December 12, 2025
15.1 C
Bhubaneswar

କଳାପଥର ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ: ଭୁଷୁଡ଼ିଲା ବୈଦେଶ୍ବର ହାଇସ୍କୁଲ ପାଚେରୀ, ୩୫ରୁ ଅଧିକ ଗୋରୁଗାଈ ମୃତ

କଳାପଥର(ବାଙ୍କୀ): ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ସହିତ ଝଡତୋଫାନ ଯୋଗୁ ସ୍ଥାନୀୟ ବୈଦ୍ୟେଶ୍ୱରସ୍ଥିତ ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭୁଷୁଡି ପଡିଥିଲା। ଏହି ସମୟରେ ସେହି ରାସ୍ତାରେ ଗାଁକୁ ଫେରୁଥିବା ଗୋରୁଗାଈଙ୍କ ଉପରେ ବୈଦେଶ୍ବର ହାଇସ୍କୁଲ ପାଚେରୀ ଭୁଷୁଡ଼ି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ୩୫ରୁ ଅଧିକ ଗୋରୁଗାଈଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ବୈଦ୍ୟେଶ୍ୱର ଗାଁର ଗୋରୁପଲଙ୍କୁ ନେଇ ସବୁଦିନ ପରି ଗାଁର ଜୈନିକ ଗାଈ ଜଗୁଆଳ ନିକଟସ୍ଥ ଜଙ୍ଗଲକୁ ନେଇଥାଏ। ସନ୍ଧ୍ୟାରେ ଗୋରୁମାନଙ୍କୁ ଗାଁକୁ ଫେରାଇ ଆଣିଥାଏ। ତେବେ ସବୁଦିନ ପରି ଆଜି ସନ୍ଧ୍ୟାରେ ଗାଁର ଗୋରୁପଲ ବୈଦ୍ୟେଶ୍ୱରସ୍ଥିତ ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପାଚେରୀ ବାଟଦେଇ ଘରକୁ ଫେରୁଥିଲେ। ସେହି ସମୟରେ ବୈଦ୍ୟେଶ୍ୱରସ୍ଥିତ ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚେରୀ ହଠାତ୍ ଭୂଷୁଡି ପଡିଥିଲା। ଫଳରେ ୩୫ରୁ ଅଧିକ ଗୋରୁଗାଈଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।
ଏହି ଖବର ପାଇବା ପରେ କଳାପଥର ଦମକଳ ବାହିନୀ ଘଟଣା ସ୍ଥଳକୁ ଯାଇ ଭୁଷୁଡ଼ି ପଡ଼ିଥିବା ପାଚରୀର ପଥର ଗୁଡିକୁ ବାହାର କରିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ମୃତ ଗୋରୁଗାଈ, ବାଛୁରୀ, ଛେଳି ଗୁଡିକୁ ବାହାର କରିବା ସମ୍ଭବ ହୋଇପାରି ନାହିଁ। ଏଠାରେ ତେବେ ସମ୍ପୃକ୍ତ ଗ୍ରାମର ଗାଈଚରାଳି ପୂର୍ଣ୍ଣଚନ୍ଦ୍ର ବେହେରା ଗୋରୁଗାଈପଲଙ୍କ ପଛରେ ଆସୁଥିବାରୁ ସୌଭାଗ୍ୟକ୍ରମେ ବଞ୍ଚିଯାଇଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories